ଆକାଶଙ୍କ ଟାର୍ଗେଟରେ ଅର୍ଶୀ । ପୁନିଶ ଏବଂ ଆକାଶ ଖେଳିବେ ନୂଆ ଗେମ୍

37

ବିଗବସ ଘରେ ପ୍ରତି ସପ୍ତାହରେ କିଛି ନା କିଛି ପରିବର୍ତ୍ତନ ଆସୁଛି । ଏଠାରେ ପ୍ରତ୍ୟେକ ଦିନ ବନ୍ଧୁତା ଭାଙ୍ଗୁଛି ଏବଂ ଗଢୁଛି । ସମସ୍ତଙ୍କ ଭିତରେ କିଛି କିଛି ପରିବର୍ତ୍ତ ମଧ୍ୟ ଦେଖାଯାଉଛି । ଏହି ସପ୍ତାହରେ ମଧ୍ୟ ଏହି ଘରେ ଏଭଳି କିଛି ହେବାକୁ ଯାଉଛି । ରବିବାର ଦିନ ପ୍ରସାରିତ ହୋଇଥିବା ବିଗବସ ଏପିସୋଡରେ ଦେଖାଯାଇଥିଲାଯେ ଆକାଶ ଏବଂ ଅର୍ଶୀଙ୍କ ମଧ୍ୟରେ ଏକ ଡିଲ ଆଲୋଚନା ହେଉଛି, ଯେଉଁଥିରେ ଦୁଇଜଣ ଭିନ୍ନ ଭାବରେ ଆଗକୁ ବଢିବାକୁ ପ୍ଲାନ କରୁଛନ୍ତି । କିନ୍ତୁ ସକାଳୁ ସକାଳୁ ଆକାଶଙ୍କ ଲକ୍ଷ ବଦଳି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିବ ଯେଉଁଥିରେ ସେ ଅର୍ଶୀଙ୍କ ସହିତ ଯୁକ୍ତି କରୁଥିବାର ନଜର ଆସିବେ ।

ବନ୍ଦଗୀ ଘରୁ ବାହାରକୁ ଯିବାପରେ ଆକାଶ ଏବଂ ପୁନିଶ ଏକାସହିତ ନଜର ଆସିଛନ୍ତି । ସେହି ସମୟରେ ଦୁଇଜଣ କହିଛନ୍ତିଯେ ସେମାନେ ସିଲ୍ପାଙ୍କୁ କେବେ ମଧ୍ୟ ଏକା କରିବେନି, କିନ୍ତୁ କିଛିଦିନ ହେବ ସିଲ୍ପା ଏବଂ ଆକାଶଙ୍କ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଥିିବା ଦେଖିବାକୁ ମିଳିଛି । ସେଥିପାଇଁ ସେ ସିଳ୍ପାଙ୍କ ସହିତ ବନ୍ଧୁତା ବଢାଇବାପାଇଁ ଚେଷ୍ଟା କରୁଛନ୍ତି, ଯାହାଫଳରେ ତାଙ୍କର ଅର୍ଶୀଙ୍କ ସହିତ ଝଗଡ଼ା ହୋଇଛି ଏବଂ ସେ ଅର୍ଶୀଙ୍କୁ ଚିପ ବୋଲି କହିଛନ୍ତି ।

ତେବେ ଏହି ସପ୍ତାହରେ ବନ୍ଦଗୀ ଘରୁ ବାହାରକୁ ଚାଲିଯାଇଛନ୍ତି ଏବଂ ଦେଖିବାକୁ ପଡ଼ିବ ପୁନିଶ ତାଙ୍କ ଗେମ କେଉଁଭଳି ଖେଳୁଛନ୍ତି । ଆଜି ଘରେ ନମିନେସନ ପ୍ରକ୍ରିୟା ହେବ ଏବଂ ଦେଖାଯିବ ଯେ କେଉଁ ସଦସ୍ୟମାନେ ଘରୁ ବାହାରକୁ ଯିବାପାଇଁ ନମିନେସନ ହେଉଛନ୍ତି । ଏହାପରେ ମଧ୍ୟ ଘରେ ବହୁ ହଙ୍ଗାମା ଦେଖିବାକୁ ମିଳିବ ।