ନାଚୁ ନାଚୁ ଚାଲିଗଲା ଜୀବନ ! ଖୁସିରେ ନାଚୁଥିଲା ୧୩ ବର୍ଷର ଝିଅ,କାଳ ଲଗାଇଲା ନଜର । ଦେଖନ୍ତୁ ଭିଡିଓ

5,287

ମୁମ୍ବାଇର କାନ୍ଦୀବଲୀ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ଡ୍ୟାନ୍ସ ପ୍ରୋଗ୍ରାମରେ ନାଚୁଥିବା ବେଳେ ଜଣେ ୧୩ ବର୍ଷ ଝିଅର ଅକାଳ ବିୟୋଗ ଘଟିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଡ୍ୟାନ୍ସ କରୁକରୁ ଝିଅଟି ହଠାତ୍ ଷ୍ଟେଜ୍ ଉପରେ ହିଁ ପଡିଯାଉଛି । ଦର୍ଶକ ପ୍ରଥମେ ଏହାକୁ ଏକ ଡ୍ୟାନ୍ସ ଷ୍ଟେପ୍ ଭାବୁଛନ୍ତି କିନ୍ତୁ ପରେ ଜଣେ ଯୁବକ ଝିଅଟିକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ବିଫଳ ହୋଇଛନ୍ତି । ଏହି ଝିଅଟିର ନାଁ ଅନିଶା ଶର୍ମା ବୋଲି ଜଣାପଡିଥିବା ବେଳେ ଘଟଣାର ତୁରନ୍ତ ବାଦ ଝିଅଟିକୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ମଙ୍ଗଳବାର ସନ୍ଧ୍ୟା ୭ ଟାରେ ଏକ ରାଜନୈତିକ ପାର୍ଟି ତରଫରୁ ଏଭଳି ପ୍ରୋଗ୍ରାମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଝିଅଟି ଡ୍ୟାନ୍ସ କରିବା ପାଇଁ ଷ୍ଟେଜ୍ ଉପରକୁ ଚଢି କିଛି ସମୟ ଡ୍ୟାନ୍ସ କରୁକରୁ ହଠାତ୍ ତଳେ ପଡିଯାଇଥିଲା ଏବଂ ତାର ମୃତ୍ୟୁ ଘଟିଥିଲା ।