ସୁନ୍ଦରଗଡ : ବଣାଇ ଉପକାରାଗାରରେ ଦୁଷ୍କର୍ମ ଅଭିଯୁକ୍ତକୁ ବିବାହ କଲେ ପୀଡିତା

65

କନକ ବ୍ୟୁରୋ : କାରାଗାରରେ ନବବଧୂ ସାଜିଲା ପୀଡିତା । ବିଚାରଧିନ ଅଭିଯୁକ୍ତ ହେଲା ବର । ମାଜିଷ୍ଟ୍ରେଟ, ଓକିଲ, ଜେଲର କର୍ମଚାରୀ ଓ ଦୁଇ ପରିବାର ସମେତ ଜ୍ଞାତିପରିଜନଙ୍କ ଉପସ୍ଥିତିରେ ସଂପନ୍ନ ହେଲା ବିବାହ । ଏଭଳି ଅଭିନବ ବିବାହ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଉପକାରାଗାରରେ । କୋର୍ଟ କାଗଜରେ ଦସ୍ତଖତ କରିବା ପରେ ଦୁହେଁ ଦୁହିଁଙ୍କୁ ବରଣମାଳା ପିନ୍ଧାଇଥିଲେ ।

ସୁନ୍ଦରଗଡ ଜିଲ୍ଲା ବଣାଇଁ ଅଂଚଳର ତଳିତା ଗାଁର ୨୦୧୫ ଜୁନ ୧୭ରେ ପୀଡିତାକୁ ଦୁଷ୍କର୍ମ କରିଥିଲା ପ୍ରମୋଦ ପାତ୍ର । ଏ ସଂପର୍କରେ ମାମଲା କୋର୍ଟରେ ଥିବା ବେଳେ ପ୍ରମୋଦ ବଣାଇ କାରାଗାରରେ ବିଚାରଧିନ କଏଦୀ ଭାବେ ରହିଛି । ଉଭୟଙ୍କ ପରିବାର ଆପୋଷ ବୁଝାମଣା କରି କୋର୍ଟଙ୍କୁ ବିବାହ କରିବା ପାଇଁ ଅନୁମିତ ମାଗିଥିଲେ । କୋର୍ଟଙ୍କ ଅନୁମତି ପରେ ବଣାଇ ଜେଲ ଆଗରେ ଅଭିଯୁକ୍ତ ଓ ପୀଡିତା ଯୁବତୀଙ୍କ ବାହାଘର ହୋଇଛି ।