କେନ୍ଦ୍ରାପଡା ଜେଲରୁ କଏଦୀ ଚମ୍ପଟ୍ ! ରାତିରେ ଜେଲ୍ ପାଚେରୀ ଡେଇଁ ଫେରାର ହେଲା ହତ୍ୟା ଅପରାଧୀ

32

କନକ ବ୍ୟୁରୋ: ଜେଲ୍ ପାଚେରୀ ଡେଇଁ କଏଦୀ ଫେରାର । କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରୁ ପାଚେରୀ ଡେଇଁ ଜଣେ କଏଦୀ ଫେରାର ହୋଇଯାଇଛି । ରାତିରେ ଏ ସମ୍ପର୍କରେ ଜଣାପଡିବା ପରେ ଚୌଦ୍ୱାର ଜେଲ୍ ସୁପରିନ୍ଟେଣ୍ଡେଂଟ୍ ଓ କେନ୍ଦ୍ରାପଡା ଏସପି ଉପକାରାଗାରରେ ପହଂଚି ତଦନ୍ତ କରିଛନ୍ତି ।

ଏହା ସହ ଆଜି ଆଡିସନାଲ ଡିଜି ଓ ଆଡିସନାଲ ଆଇଜି ମଧ୍ୟ କେନ୍ଦ୍ରାପଡା ସବଜେଲରେ ପହଂଚି ତଦନ୍ତ କରିଛନ୍ତି । ଫେରାର କଏଦୀଙ୍କ ନାଁ ରଙ୍ଗାଧର ବିଶ୍ୱାଳ । ନିକିରାଇ ଥାନା ମିରଜାପୁର ଗାଁର ରଙ୍ଗାଧର ହତ୍ୟା ମାମଲାରେ ୪ ବର୍ଷ ହେଲା ଜେଲରେ ରହିଥିଲେ ।