ଓଡ଼ିଶାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ : କିଟ୍ ସମାବର୍ତ୍ତନ ଉତ୍ସବରେ କଲେ ଯୋଗଦାନ

137

କନକ ବ୍ୟୁରୋ : ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଭୁବନେଶ୍ୱରରେ କିଟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି । ନିଜ ଅଭିଭାଷଣରେ ମା, ମାତୃଭୂମି ଓ ମାତୃଭାଷାକୁ ଗୁରୁତ୍ୱ ଦେଇଛନ୍ତି ଭେଙ୍କିୟା । ଏହାସହ ଓଡ଼ିଶା ଜଗନ୍ନାଥଙ୍କ ଭୂମି ଓ ସେ ଓଡ଼ିଶାକୁ ଭଲ ପାଆନ୍ତି ବୋଲି କହିଛନ୍ତି ।

ଜୀବନରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୁଗଲ କେବେ ଗୁରୁଙ୍କ ସ୍ଥାନ ନେଇପାରିବ ନାହିଁ ବୋଲି ସେ କହିଛନ୍ତି । ଶିକ୍ଷା ରୋଜଗାର ବାଟ ଦେଖାଇଥାଏ । ସେ ରାଜନୀତିରୁ ସନ୍ୟାସ ନେଇଛନ୍ତିକିନ୍ତୁ ଜୀବନରୁ ନୁହେଁବୋଲି କହିଛନ୍ତି । ଏହାସହ ବର୍ତମାନ ଯୁଗ ଏଲପିଜିର । ଲିବରାଇଜେସନ, ପ୍ରାଇଭେଟାଜାଇସନ ଓ ଗ୍ଲୋବାଲାଇଜେସନ ।