ଓଡିଶା ଆସିବେ ଉପରାଷ୍ଟ୍ରପତି: ଦିନିକିଆ ଗସ୍ତରେ ଆସି ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି

70

କନକ ବ୍ୟୁରୋ: ଅଗଷ୍ଟ ୧୬ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଭୁବନେଶ୍ୱର ଏମ୍ସର ସମାବର୍ତନ ଉତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭାବେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶାଗସ୍ତ । ସୂଚନା ଅନୁଯାୟୀ ଅଗଷ୍ଟ ୧୬ ତାରିଖ ଦିନ ୧୦ଟା ବେଳେ ଭେଙ୍କିୟା ନାଇଡୁ ଭୁବନେଶ୍ୱର ବିମାନବନ୍ଦର ପହଁଚିବେ । ଏହାପରେ ୧୦ଟା ୨୦ ମିନିଟରେ ଏମ୍ସରେ ହେବାକୁ ଥିବା ସମାବର୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ପ୍ର୍ରଦାନ କରିବେ । ମଧ୍ୟାହ୍ନ ୧୨ଟା ୨୦ ମିନିଟରେ ଭେଙ୍କିୟା ନାଇଡୁ ଦିଲ୍ଲୀ ଅଭିମ୍ମୁଖେ ପ୍ରତ୍ୟାବର୍ତନ କରିବେ ।

ଏନେଇ ସଚିବାଳୟରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ କରାଯାଇଛି । ଦିନିକିଆ ଓଡ଼ିଶାଗସ୍ତରେ ଆସୁଥିବା ଉପରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କିଭଳିଭାବେ କଡ଼ାକଡ଼ି କରାଯିବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କରାଯାଇଛି । ତେବେ ଉପରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ ବୋଲି ଗୃହ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।