ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଏହି ବଟିକା ସାଜିଥିଲା ଶସ୍ତ୍ର : ଜାଣନ୍ତୁ ଭାଏଗ୍ରା ବିଷୟରେ କିଛି ରୋଚକ ତଥ୍ୟ

114

ଭାଏଗ୍ରାର ନାଁ ପ୍ରତ୍ୟେକ ପୁରୁଷଙ୍କୁ ମନେ ଥାଏ । ଫିକା ବାଇଗଣୀ ରଙ୍ଗର ଏହି ବଟିକାର ନାମ ଶୁଣିଲେ ଆପଣଙ୍କ ମନରେ ବହୁତ କଥା ଉଙ୍କି ମାରୁଥିବ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ରୋଚକ ତଥ୍ୟ ଜଣାଇବାକୁ ଯାଉଛୁ ।

• ଆତଙ୍କବାଦୀ ସଂଗଠନ ତାଲିବାନର ମୂଳପୋଛ କରିବା ପାଇଁ ଆମେରିକା ଯୁଦ୍ଧରେ ଭାଏଗ୍ରାର ସହାୟତା ଲୋଡିଥିଲା । ଆପଣ ଭାବୁଥିବେ କେମିତି ? ଆପଣଙ୍କୁ ଜଣାଇରଖୁଛୁ ଯେ ତାଲିବାନ ବିରୁଦ୍ଧରେ ଗୁଇନ୍ଦାଗିରି କରାଇବା ପାଇଁ ସିଆଇଏ ଅନେକ ଆଫଗାନୀଙ୍କୁ ଭାଏଗ୍ରାର ଲାଂଚ ଦେଉଥିଲେ । ଯଦ୍ୱାରା ସେମାନେ ଖୁସି ହୋଇ ଆତଙ୍କବାଦୀଙ୍କୁ ଧରାଇବା ପାଇଁ ସାହାଯ୍ୟ କଲେ ।

• ଭାଏଗ୍ରା ଫୁଲ ଓ ଗଛଗୁଡିକୁ ସତେଜ ରଖିବା ପାଇଁ ସହାୟତା କରେ । ଏହାକୁ ପାଣିରେ ଗୋଳେଇକି ଗଛରେ ବା ଫୁଲଦାନୀରେ ଢ଼ାଳିବା ଦ୍ୱାରା ଫୁଲ ଓ ଗଛ ସତେଜ ରହେ ।

• ଭାଏଗ୍ରା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ବେଶି ନକଲି ତିଆରି ହେଉଥିବା ବଟିକା । ଏହାର ଅସଲି ଥିବାର ପରିଚୟ ଏହା ଯେ ଏହାର ଚାରିଟି ବଟିକାର ଫାଇଲ ଥାଏ । ଏହାର ଆକାର ହୀରା ଭଳି ଥାଏ ।

• ଡାଇବେଟିସରେ ପୀଡିତ ଲୋକଙ୍କଠାରେ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । କେତେକ ଗବେଷଣାରୁ ଜଣାପଡିଛି ଯେ ଏହା ପୁରୁଷଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ । ଆଉ କିଛି ଗବେଷଣାରୁ ଏହା ବି ସାମନାକୁ ଆସିଛି ଯେ ଏହି ବଟିକା କ୍ୟାନସରର ଉପଚାରରେ ବି ସହାୟକ ହୁଏ ।