ପରଲୋକରେ ବର୍ଷିୟାନ ଅଭିନେତ୍ରୀ ମଣିମାଳା ଦେବୀ

180

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଗଲେ ମଣିମାଳା । ଆଜି ଅପରାହ୍ନରେ ୯୦ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡିତ ଥିଲେ । ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମଣିମାଳା ୪୦ରୁ ଅଧିକ ଓଡିଆ ଚଳଚିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କ ଅଭିନୀତ ୧୪ ଟି ଫିଲ୍ମ ଜାତୀୟ ପୁରସ୍କାର ଲାଭ କରିଛି । ଏପରିକି ତାଙ୍କର ପ୍ରଥମ ଚଳଚିତ୍ର ଶ୍ରୀଲୋକନାଥ ମଧ୍ୟ ଜାତୀୟ ପୁରସ୍କାର ହାସଲ କରିଛି । ତାଙ୍କ ସମୟର ଏହି ଚର୍ଚିତ ଅଭିନେତ୍ରୀ ଶତାଧିକ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ଜୀବନବ୍ୟାପୀ ତାଙ୍କର ଫିଲ୍ମ ପ୍ରତି ଅବଦାନକୁ ଧ୍ୟାନରେ ରଖି ୨୦୦୦ ମସିହାରେ ମଣିମାଳାଙ୍କୁ ସମ୍ମାନ ଜନକ ଜୟଦେବ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ପରଲୋକ ପରେ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି ।

ଏହା ସହ ମରିବା ଆଗରୁ ମାରିଦେଲେ : ଟିଭି ଚ୍ୟାନେଲରେ ବର୍ଷୀୟାନ ଅଭିନେତ୍ରୀ ମଣିମାଳା ମୃତ ବୋଲି ଖବର ପ୍ରସାରିତ