ସିନେମା ଏବଂ ଟେଲିଭିଜନ ଜଗତର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତ୍ରୀଙ୍କ ପରଲୋକ ! ଶୋକରେ ସିନେମା ଜଗତ ।

43

ସିନେମା ଏବଂ ଟେଲିଭିଜନ ଜଗତରେ ଏବେ ଯେମିତି ସଠିକ୍ ସମୟ ଚାଲିନାହିଁ । ଇଣ୍ଡଷ୍ଟ୍ରୀ ନିଖୁଣ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ସବୁଦିନ ପାଇଁ ହରାଇବା ଭଳି ଦୁଃଖ ଭୋଗୁଛି । ଏଇ କିଛି ଦିନ ତଳେ ଲୋକପ୍ରିୟ କମେଡି ଧାରାବାହିକ “ତାରକ୍ ମେହେତା କା ଉଲଟା ଚଷମା”ର କବି କୁମାର ଆଜାଦଙ୍କ ନିଧନ ପରେ ଇଣ୍ଡଷ୍ଟ୍ରୀ ମର୍ମାହାତ ହୋଇପଡିଥିଲା । ଏହାପରେ ସବୁକିଛି ପରିବର୍ତ୍ତନ ହେବା ନେଇ ଆଶା କରୁଥିବା ବେଳେ ବର୍ତ୍ତମାନ ଆଉ ଜଣେ ଲୋକପ୍ରିୟ ଏବଂ ବରିଷ୍ଠ ଅଭିନେତ୍ରୀଙ୍କର ଇହଲୀଳା ଶେଷ ହୋଇସାରିଛି । ଏହି ଅଭିନେତ୍ରୀ ଜଣକ ହେଲେ ରୀତା ଭାଦୁଡି । ସେ ବହୁ ସିନେମା ଏବଂ ଧାରାବାହିକ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଉଥିଲେ । ତେବେ ତାଙ୍କ ଅନ୍ତିମ ସଂସ୍କାର ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ହେବାନେଇ ସୂତ୍ରରୁ ଜାଣିବାକୁ ମିଳିଛି ।

ତେବେ କିଛି ଦିନ ପୂର୍ବରୁ ତାଙ୍କ କିଡନିରେ ଖୁବ୍ ଯନ୍ତ୍ରଣା ହେବା ସତ୍ତେ୍ୱ ସେ ପ୍ରତି ଦୁଇ ଦିନ ଥରେ ଡାକ୍ତରଖାନାକୁ ଯିବା ସହ ସୁଟିଂ କାମକୁ ମଧ୍ୟ ଜାରି ରଖିଥିଲେ । ତାଭ୍କ ଅଭିନିତ ସିରିଏଲ୍ “ନୀମକି ମୁଖିଆ”ରେ ସେ ଇମରତି ଦେବୀ ଭୂମିକାରେ ନଜର ଆସିଥିଲେ ।