ବଲିଉଡ ଆଇକନ ଶଶୀ କପୁରଙ୍କ ଦେହାନ୍ତ ! ୭୯ ବର୍ଷ ବୟସରେ ଆଖି ବୁଜିଲେ ଭେଟରାନ ଆକ୍ଟର

42

ପରଲୋକରେ ବଲିଉଡର ଭେଟରାନ ଅଭିନେତା ଶଶୀ କପୁର । ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ତଥା ପ୍ରଯୋଜକ ଶଶୀ କପୁର ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୭୯ ବର୍ଷ ବୟସରେ ଏହି ବଲିଉଡ ଅଭିନେତା ଚିରଦିନ ପାଇଁ ଅଖି ବୁଜି ଦେଇଛନ୍ତି । ଗତ ତିନି ସପ୍ତାହ ଧରି ଶଶୀ କପୁର ଗୁରୁତର ଅସୁସ୍ଥ ଥିଲେ । ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି ବଲିଉଡରେ ରାଜ କରୁଥିବା ଶଶି ପ୍ରାୟ ୧୬୦ଟି ଫିଲ୍ମରେ କାମ କରିଛନ୍ତି । କେବଳ ହିନ୍ଦି ନୁହେଁ ବରଂ ଇଂରାଜୀ ଭାଷାରେ ନିର୍ମିତ ଫିଲ୍ମରେ କାମ କରିଛନ୍ତି ଶଶି । ପ୍ରଥମ ଅଭିନେତା ଭାବେ ସେ ହଲିଉଡ ଫିଲ୍ମରେ କାମ କରିଥିଲେ ଶଶୀ ।

୧୯୩୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଶଶି ବଲିଉଡରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । କନ୍ୟାଦାନ, ରୋଟି କପଡା ଔର ମକାନ, ଚୋର ମଚାଏ ସୋର, ଦିୱାର ଭଳି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ଏପରିକି ଦିୱାର ଫିଲ୍ମ ପାଇଁ ଫିଲ୍ମ ଫେୟାର ଆୱାଡ ହାତେଇଥିଲେ ଶଶୀ । ଏହାଛଡା ୨୦୧୧ ମସିହରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଶଶୀ କପୁର । ହିନ୍ଦି ଫିଲ୍ମ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ତାଙ୍କୁୁ ୨୦୧୫ରେ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା । ସେ ନିଜର ଅଭିନୟ କ୍ୟାରିଅର ୧୯୪୪ ମସିହାରେ ଥିଏଟରରୁ ଆରମ୍ଭ କରିଥିଲେ ।୧୯୮୪ ମସିହାରେ ପତ୍ନୀ ଜେନିଫରଙ୍କ ଦେହାନ୍ତ ପରେ ଶଶୀ କପୁର ଏକୁଟିଆ ରହୁଥିଲେ ।