ଆରପାରିରେ ଅଭିନେତା କାଦର ଖାନ୍ ! ୮୧ ବର୍ଷରେ କାନାଡାରେ ଦେହାନ୍ତ ।

831

ଆର ପାରିରେ ପ୍ରଖ୍ୟାତ କମେଡି କିଙ୍ଗ ତଥା ବଲିଉଡ ଅଭିନେତା କାଦର ଖାନ । କାନାଡର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ଆଖି ବୁଜିଛନ୍ତି ବଲିଉଡ ଜଗତର ଏହି ମହାନ ଅଭିନେତା ଜଣକ । କାଦର ଖାନ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିବାରୁ ବାଇପ୍ୟାପ ଭେଣ୍ଟିଲେଟର ଥିଲେ ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗମ୍ଭୀର ରହିଥିଲା । ୮୧ ବର୍ଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଦୀର୍ଘଦିନରୁ କାଦର ପ୍ରୋଗ୍ରେସିଭ ସୁପ୍ରାନ୍ୟୁକ୍ଲିୟର ରୋଗରେ ପୀଡିତ ଥିଲେ । ଯେଉଁଥି ପାଇଁ ସେ ଖାଦ୍ୟପାନୀୟ, କଥାବାର୍ତ୍ତା ଓ ଦେଖିବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ ।

କାବୁଲରେ ଜନ୍ମିତ କାଦର ଖାନ ୧୯୭୩ରେ ଅଭିନୟ କ୍ୟାରିୟର ଡେବ୍ୟୁ କରିଥିବାବେଳେ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଦାଗ’ ଥିଲା ତାଙ୍କ ପ୍ରଥମ ଫିଲ୍ମ । ଆଉ ତା’ପରେ ସେ ପଛକୁ ଫେରିନଥିଲେ । ପ୍ରାୟ ୩୦୦ଟି ଫିଲ୍ମରେ ନିଜ ଅଭିନୟ ଦ୍ବାରା ଦର୍ଶକଙ୍କୁ ହସାଇ କନ୍ଦାଇଛନ୍ତି କାଦର ।

ଖାଲି ଅଭିନୟ ନୁହେଁ, ବରଂ ସେ ପ୍ରାୟ ୨୫୦ଟି ଫିଲ୍ମର ଡାଇଲଗ ମଧ୍ୟ ଲେଖିଛନ୍ତି । ଅଭିନେତା ହେବା ପ୍ରୂ୍ବରୁ ସେ ରଣଧୀର କପୁର-ଜୟା ବଚ୍ଚନଙ୍କ ଫିଲ୍ମ ‘ଜୱାନୀ-ଦିୱାନୀ’ର ଡାଇଲଗ ଲେଖିଥିଲେ । ସେହି ଫିଲ୍ମ ଗୁଡିକ ମଧ୍ୟରେ ଗଙ୍ଗା ଯମୁନା ସରସ୍ବତୀ, କୁଲି, ଦେଶପ୍ରେମୀ, ସୁହାଗ, ପରଓ୍ବରିଶ, ଅମର ଆକବର ଆନ୍ଥୋନୀ, ଜ୍ବାଳାମୁଖୀ, ଶରାବୀ, ଲାୱାରିସ ଓ ମୁକ୍କଦର କା ସିକନ୍ଦର ଆଦି ଅନ୍ୟତମ ।