କାବୁଲରେ ଜନ୍ମ, କାନାଡାରେ ମୃତ୍ୟୁ । କମେଡିଖାନ କାଦର୍ ଖାନଙ୍କ ମୃତ୍ୟୁରେ ପୁରା ବଲିଉଡରେ ଶୋକର ଛାୟା । 

ଆର ପାରିରେ ବଲିଉଡ୍ ଭେଟରାନ୍ କଳାକାର୍ କାଦର୍ ଖାନ୍ । ୮୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି ।

950
କନକ ବ୍ୟୁରୋ: ଆର ପାରିରେ ବଲିଉଡ୍ ଭେଟରାନ୍ କଳାକାର୍ କାଦର୍ ଖାନ୍ । ୮୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କାନାଡାରେ ଏକ ଡାକ୍ତରଖାନାରେ ଚାଲିଥିଲା ତାଙ୍କ ଚିକିତ୍ସା । ଆଉ ତାଙ୍କ ଅନ୍ତିମ ଯାତ୍ରା ବି ସେଠାରେ ସମ୍ପନ୍ନ ହୋଇଛି ।
ବଲିଉଡର ଭେଟରାନ୍ କଳାକାର କାଦର୍ ଖାନ୍ । କମେଡି ହେଉ କି ଇମୋସନାଲ୍ ସିନ୍ ସବୁ ଚିତ୍ର, ଚରିତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ପରଦାରେ ତୋଳି ପାରିଛନ୍ତି ଏହି ମହାନ କଳାକାର । କେତେବେଳେ କନ୍ଦାଉ ଥିଲେ ତ’ ଆଉ କେତେବେଳେ ହସାଇ ହସାଇ ବେଦମ୍ କରି ଦେଉଥିଲେ । ଖଳନାୟକ ଭୂମିକାରୁ ଚରିତ୍ର ଅଭିନେତା ଓ ସଂଳାପରୁ ସ୍କ୍ରିନ୍ ପ୍ଳେ  । ଫିଲ୍ମର ଏମିତି କିଛି ବିଭାଗ ନଥିଲା, ଯାହା ସହ ପରିଚିତ ନଥିଲେ କିମ୍ବଦନ୍ତୀ ଅଭିନେତା କାଦର ଖାନ୍ । ପ୍ରାୟ ୫ ଦଶନ୍ଧୀ ଧରି ଦର୍ଶକଙ୍କ ହୃଦୟ ଜିଣିଥିବା କାଦର ଖାନ୍, ଆଜି ସମସ୍ତଙ୍କ ଆଖିରେ ଲୁହ ଛାଡି ଯାଇଛନ୍ତି ।
ରାଜେଶ ଖାନ୍ନାଙ୍କ ‘ଦାଗ୍’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା କାଦର ଖାନ୍, ୩ଶହରୁ ଅଧିକ ଫିଲ୍ମରେ ଅଭିନୟ, ୨୫୦ରୁ ଅଧିକ ଫିଲ୍ମରେ ସଂଳ୍ପାପ ଏବଂ ପ୍ରାୟ ୫୦ବର୍ଷ ଧରି ଫିଲ୍ମ ଦୁନିଆ ସହ ଜଡ଼ିଥିଲେ । ଯାହା ତାଙ୍କୁ ବଲିଉଡର ଜଣେ ଅପ୍ରତିିଦ୍ୱନ୍ଦୀ କଳାକାରର ପରିଚୟ ଦେଇଥିଲା । କେବଳ ସେତିକି ନୁହେଁ ବାପ୍ ନମ୍ବରୀ ବେଟା ଦଶ୍ ନମ୍ବରୀ, ଜୁଦାୟୀ, ହମ୍, ହସିନା ମାନ୍ ଜାଏଗୀ, ଆଖିଓଁ ସେ ଗୋଲିମାରେ, ମୁକଦ୍ଦର କା’ ସିକନ୍ଦର, ସୁର୍ଯ୍ୟବଂଶମ୍, ରାଜାବାବୁ ଭଳି ବେଶ ଲୋକପ୍ରିୟ ସିନେମାରେ ଅଭିନୟ କରିଥିଲେ କାଦର ଖାନ୍ । ଆଉ କାଦର ଖାନଙ୍କ ନିଧନ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।