ନୂଆ ଟ୍ୱିଟ୍ ମାଧ୍ୟମରେ ବୈଜୟନ୍ତଙ୍କ ସ୍ପଷ୍ଟି କରଣ ! କହିଲେ,କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଲେଖାକୁ କରୁଛନ୍ତି କଦର୍ଥ

35

କନକ ବ୍ୟୁରୋ : ଥମୁନି ଟ୍ୱିଟ୍ ବିବାଦ । ପୁଣି ନୂଆ ଟ୍ୱିଟ୍ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଟ୍ୱିଟ୍ କରି ଆର୍ଟିକିଲ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ ପଣ୍ଡା । କହିଲେ ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲି ।

ବିଜେଡି ଆଗରେ ଥିବା ବର୍ତମାନ ସମୟର ବିଭିନ୍ନ ଚ୍ୟାଲେଞ୍ଜ ବିଷୟରେ ଅବଗତ କରାଇବା ପାଇଁ ଚେଷ୍ଟା କରିଥିଲି । ଦଳକୁ ଶକ୍ତିଶାଳୀ କରିବା, କଠୋର ପଦକ୍ଷେପ ନିଆଯିବା ସମ୍ପର୍କରେ ମତ ଦେଇଥିଲି । ହେଲେ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଲେଖାକୁ କଦର୍ଥ କରି ଅଲଗା ଭାବରେ ଉପସ୍ଥାପନ କରିଛନ୍ତି । ଅନ୍ୟଦଳରେ ସାଂସଦମାନେ କିଛି କହିଲେ ଦଳ ତାଙ୍କ ପଛରେ ଠିଆ ହୋଇଥାଏ । ଆମ ଦଳ ମଧ୍ୟ ସେମିତି ଦରକାର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-