ଆପଣ କରୁଛନ୍ତି ଚାକିରି ପାଇଁ ଆବେଦନ ! ମାଲାମାଲ୍ ହେଉଛନ୍ତି ସରକାର ।

169

ବିଭିନ୍ନ ସରକାରୀ ଚାକିରି ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥାଏ । ଆଉ ଏହି ଚାକିରି ପାଇଁ ଲକ୍ଷ ଲକ୍ଷ ଆଶାୟୀ ପ୍ରାର୍ଥୀ ଆବେଦନ କରିଥାନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଚାକିରି ପାଇଁ କରାଯାଉଥିବା ଆବେଦନ ଶୁଳ୍କରୁ ସରକାର କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏନେଇ ଗୁଜୁରାଟରୁ ଆସିଛି ସାଂଘାତିକ ତଥ୍ୟ । ଅଲଗା ଅଲଗା ବିଭାଗରେ ୨୨ ହଜାର ପଦ ପାଇଁ ସରକାରଙ୍କ ପକ୍ଷରୁ ପରୀକ୍ଷା କରାଯାଇଥିଲା । ଆଉ ଏଥିପାଇଁ ହୋଇଥିବା ଆବେଦନରୁ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ।

ନିକଟରେ ପୋଲିସ ବାହିନୀରେ ୯ ହଜାର ପଦରେ ଭର୍ତ୍ତି ପାଇଁ ୯ ଲକ୍ଷ ଆଶାୟୀ ପ୍ରାର୍ଥୀ ଫର୍ମ ଭରିଥିଲେ । କିନ୍ତୁ ପ୍ରଶ୍ନପତ୍ର ଲିକ୍ ହେବାରୁ ପରୀକ୍ଷାକୁ ବାତିଲ କରିବାକୁ ପଡିଥିଲା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟ ସରକାର ୨୨ ହଜାର ସରକାରୀ ପଦ ପାଇଁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରତିଟି ଫର୍ମ ପାଇଁ ସରକାର ୧୦୦ ଟଙ୍କାର ଶୁଳ୍କ ରଖିଛନ୍ତି । ଏହି ୨୨ ହଜାର ପଦ ପାଇଁ ପାଖାପାଖି ୮୧ ହଜାର ଆଶାୟୀ ପ୍ରାର୍ଥୀ ଫର୍ମ ଭରିଛନ୍ତି । ଆଉ ଏଥିରୁ ସରକାରଙ୍କୁ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ସୂଚନା ଅନୁଯାୟୀ, ଦେଶରେ ଶିକ୍ଷିତ ବେରୋଜଗାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଚାକିରି ପାଇବା ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଚାକିରି ପାଉନାହାନ୍ତି ।

Comments are closed.