ବାଚସ୍ପତି ପଦ ପାଇଁ ପ୍ରଦୀପ ଅମାତଙ୍କ ନାମାଙ୍କନ ! ଆଜି ସ୍ୱତନ୍ତ୍ର ଅଧିବେଶନରେ ହେବ ବାଚସ୍ପତି ନିର୍ବାଚନ

25

କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରତାପ ଦେବ । ବିଧାନସଭା ସଚିବଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଷ୍ଣୁ ଦାସ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଖାଲି ପଡଥିଲା ପଦ । ଏହି ପଦ ପାଇଁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପ୍ରତାପ ଦେବାଙ୍କ ନାଁ ଘୋଷଣା କରିଥିଲେ ।

ସେହିପରି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଦୀପ ଅମାତ । ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ ଖାଲି ପଡିଛି ଏହି ପଦ । ଏହି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଦୀପ ଅମାତ ପୂର୍ବରୁ ବାଚସ୍ପତି ଭାବେ ଦାୟି୍ତ୍ୱ ତୁଲାଇଛନ୍ତି । ଆଜି ବିଧାନସବାର ସ୍ୱତନ୍ତ୍ର ଅଧିବେଶନରେ ତାଙ୍କୁ ନିର୍ବାଚିତ କରାଯିବ ।

ତେବେ ରାଜ୍ୟସଭା ପ୍ରାର୍ଥୀ ପ୍ରତାପ ଦେବଙ୍କ ପାଇଁ ବଢିଛି ଅଡୁଆ । ଭିଜିଲାନ୍ସ ମୁଖ୍ୟ କାର୍ଯ୍ୟାଳୟରେ ପ୍ରତାପ ଦେବଙ୍କ ନାମରେ ଜମିଜାଲିଆତି ନେଇ ଲିଖିତ ଅଭିଯୋଗ ଆଣିଛି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ । କଟକ ଦୋଳମୁଣ୍ଡାଇଠାରେ ଥିବା ୨ ଏକରରୁ ଉର୍ଦ୍ଧ ଜମିକୁ ବେଆଇନ ଭାବେ ବିକ୍ରି କରିବାରେ ପ୍ରତାପ ଦେବଙ୍କ ହାତ ରହିଥିବାର ଅଭିଯୋଗ ହୋଇଛି । ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ଭାବେ ପ୍ରତାପ ଦେବଙ୍କ ନାମ ରାଜ୍ୟସଭା ସାଂସଦ ଭାବେ ଘୋଷଣା କରାଯିବ । କାର୍ଯ୍ୟସୂଚୀ ଅନୁସାରେ ୧୬ରେ ପ୍ରାର୍ଥୀପତ୍ର ଯାଂଚ ହେବ ଏବଂ ୧୮ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ।