ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ : ଭୁବନେଶ୍ୱରରେ ପହଂଚିଲେ ସହର ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ

31

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବାକୁ ଭୁବନେଶ୍ୱରରେ ବିଜେପିର ତୁଙ୍ଗ ନେତା ଓ ମନ୍ତ୍ରୀ  । କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି ସହର ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ଓଡ଼ିଶା ଲୋକଙ୍କ କଲ୍ୟାଣ ପାଇଁ ଏଠାକୁ ଆସିଥିବା ସେ କହିଛନ୍ତି । ଏହାସହ ଓଡ଼ିଶାରେ ବିଭିନ୍ନ ଯୋଜନା ପହଂଚାଇବା ବିଜେପିର ଲକ୍ଷ୍ୟ ଓ ଓଡ଼ିଶାବସୀ ୨୦୧୯ରେ ମୋଦିଙ୍କୁ ଚାହୁଁଛନ୍ତି କହିଛନ୍ତି ସହର ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ।