ବିଜେପି ସଂସଦୀୟ ବୋର୍ଡ ବୈଠକରେ ଭେଙ୍କିୟାଙ୍କ ଉପରେ ଲାଗିଲା ମୋହର ! ଆଜି ଦାଖଲ କରିବେ ନାମାଙ୍କନ ପତ୍ର

33

କନକ ବ୍ୟୁରୋ: ଉପରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଓ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି । ଦିନ ୧୧ଟାରେ  ଭେଙ୍କେୟା ନାଇଡୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାବେଳେ ୧୨ଟା ୩୦ରେ ପ୍ରାର୍ଥୀପତ୍ର ଦଖଲ କରିବେ ଗୋପାଳକୃଷ୍ଣ ଗାନ୍ଧି ।

କାଲି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଭେଙ୍କେୟାଙ୍କ ନାଁ ଘୋଷଣା କରାଯାଇଥିଲା ।  ପାର୍ଲାମେଂଟ ଗଣିତ ଯାହା ସେଥିରେ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଭେଙ୍କେୟାଙ୍କୁ ପ୍ରାର୍ଥୀ କରି ଦକ୍ଷିଣ କାର୍ଡ ଖେଳିିଛି ବିଜେପି । ଉତ୍ତର ଭାରତରୁ ଜଣକୁ ରାଷ୍ଟ୍ରପତି କରାଯାଇଥିବାେବେଳେ ଦକ୍ଷିଣରୁ ଜଣକୁ ଉପରାଷ୍ଟ୍ରପତି କରାଯାଇଛି । ଏହାଦ୍ୱାରା ଦକ୍ଷିଣରେ ଜନାଧାର ବଢାଇବା ଲକ୍ଷ୍ୟରେ ରହିଛି ବିଜେପି ।