ନିର୍ଦ୍ଧାରିତ ସମୟ ଆଗରୁ ଭୁବନେଶ୍ୱରରେ ପହଞ୍ଚିିଲେ ଭେଙ୍କେୟା ନାଇଡୁ : ବିମାନବନ୍ଦରରେ ସ୍ୱାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀ

78

କନକ ବ୍ୟୁରୋ : ଓଡିଶାରେ ପହଂଚିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ଆଗରୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ ଭେଙ୍କୟା ନାଇଡୁ । ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଲ ଗଣେଶି ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ମେୟର ସ୍ୱାଗତ କରିଛନ୍ତି । ଏହାପରେ ତାଙ୍କୁ ସିଧାସଳଖ ବିମାନବନ୍ଦରରୁ ରାଜଭବନ ଅଭିମୁଖେ ନିଆଯାଇଛି । ସେଠାରୁ ଭେଙ୍କେୟା ନାଇଡୁ ୯ଟା ୧୦ରେ ସିଧାସଳଖ ଏମ୍ସ ଅଭିମୁଖେ ଯିବେ । ଭୁବନେଶ୍ୱର ଏମ୍ସର ପ୍ରଥମ ସମାବର୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଓ ମେଡାଲ ପ୍ରଦାନ କରିବେ ଉପରାଷ୍ଟ୍ରପତି । ଏହି ସମାବର୍ତନ ଉତ୍ସବରେ ମୋଟ ୧୦୬ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।

source : The Indian Express

ସୂଚନାଯୋଗ୍ୟ ଯେ ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପଦାନ କରିବେ। ଏତଦ୍‌ବ୍ୟତୀତ ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ବିଭିନ୍ନ ପାଠ୍ୟକ୍ରମରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦେଇ ସମ୍ମାନିତ କରିବେ।