ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଭେଙ୍କେୟା ନାଇଡୁ !

17

କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦ ପାଇଁ ଭେଙ୍କେୟା ନାଇଡୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭେଙ୍କେୟାଙ୍କ ତରଫରୁ ଆଜି ପ୍ରାୟ ୨ ସେଟ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବରିଷ୍ଠ ନେତାଙ୍କ ଗହଣରେ ଭେଙ୍କେୟା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଭେଙ୍କେୟାଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା ।