ପ୍ରଦୂଷଣ ପ୍ରମାଣ ପତ୍ର ତିଆରି କରାଇବା ହେଲା ମହଙ୍ଗା, ନକଲେ ଦେବାକୁ ପଡିପାରେ ଜରିମାନା

65

ଦେଶରେ ଲଗାତାର ବଢ଼ୁଥିବା ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ଯେଉଁଠି ସରକାର ଆଗକୁ ଆସୁଛି । ସେଇଠି ବାହନ କମ୍ପାନୀ ମଧ୍ୟ ଏହି ଦିଗରେ ଆଗକୁ ଆସୁଛନ୍ତି । ଏଏଆର (ଆଡଭାନ୍ସ ରୁଲିଂ ଅଥରିଟି) ଏହା ଉପରେ ବଡ ନିଷ୍ପତ୍ତି ନେଇ ବାହନ ମାଲିକଙ୍କ ଦ୍ୱାରା ପ୍ରଦୂଷଣ ଯାଂଚ ଉପରେ ଜିଏସଟି ଅଧିନରେ ୧୮% ପୈଠ କରାଯିବାକୁ ଘୋଷଣା କରାଯାଇଛି ।

ଆଡଭାନ୍ସ ରୁଲିଂ ଅଥରିଟି (ଏଏଆର) ର ଗୋଆ ଖଣ୍ଡପୀଠ ଭେଙ୍କଟେଶ ଅଟୋମୋବାଇଲ ଦ୍ୱାରା କରାଯାଇଥିବା ଆବେଦନକୁ ପାରିତ କରିଦେଇଛନ୍ତି । ଏଏଆର କହିଛନ୍ତି କି, ଆବେଦକଙ୍କ ଦ୍ୱାରା ଜାରି ବାହନର ପ୍ରଦୂଷଣ ପ୍ରମାଣପତ୍ର ଜାରି କରିବାର ପ୍ରକ୍ରିୟା ଏସଏସି(ସେବା ଲେଖା କୋଡ) ୯୯୯୧ ଅଧିନରେ ହୁଏନି । ଯଦି ପ୍ରଦୂଷଣ ପ୍ରମାଣ ପତ୍ର ପ୍ରକ୍ରିୟାକୁ ଏହା ଅଧିନରେ ନିଆଯିବ । ତେବେ ଏହା ଉପରେ ୧୮% ଜିଏସଟି ଲଗାଯିବା ଉଚିତ୍ । ଏଏଆର ଅନୁସାରେ ସରକାର ପ୍ରଦୂଷଣ ପ୍ରମାଣ ପତ୍ରର ଆବେଦକଙ୍କୁ ପୈଠ ଉପରେ ଏହି ଶୁଳ୍କ ଲଗାଇବାକୁ ଅନୁମତି ଦେଇ ଦେଇଛି ।