ସ୍ୱାଭିମାନ ଅଂଚଳକୁ ଗଡ଼ିଲା ଗାଡ଼ି । ନୂଆ ରାସ୍ତା ହେବା ପରେ ହନ୍ତାଳଗୁଡ଼ା ଗାଁରେ ପହଞ୍ଚିଲା ଅଟୋ

ଏପଟେ ଓଡ଼ିଶା ସୀମାରେ ପୁଣି ପଶିଲା ଆନ୍ଧ୍ର; ମୁହାଁମୁହିଁ ଦୁଇ ରାଜ୍ୟର ଠିକାଦାର

263

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳକୁ ଗଡ଼ିଲା ଗାଡ଼ି । ଦୁଇ ଦିନ ପୂର୍ବରୁ ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ଅଂଚଳକୁ ନୂଆ ରାସ୍ତା ସଂଯୋଗ ହେବା ପରେ ଗାଁକୁ ଯାଇଛି ଗାଡ଼ି । ହନ୍ତାଳଗୁଡ଼ା ଗାଁକୁ ପ୍ରଥମ ଥର ପାଇଁ ଗାଁରେ ପହଂଚିଛି ଅଟୋ ରିକ୍ସା । ହାଟବଜାରଠାରୁ ଆରମ୍ଭ କରି ବିଦ୍ୟାଳୟକୁ ଯିବା ପାଇଁ ଲୋକ ଅଟୋ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏପଟେ ମାଣ୍ଡିଆ ବିରି, ସୁଆଁ ଆଦି ପରିବହନ ପାଇଁ ସ୍ୱାଭିମାନ ଅଂଳଚକୁ ଟ୍ରକ୍ ମଧ୍ୟ ପହଂଚି ପାରିଛି ।

ସେପଟେ, ପୁଣି କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶାରେ ମଧ୍ୟରେ ତେଜୁଛି ବିବାଦ । ବିକାଶ କାମକୁ ରୋକିବା ପାଇଁ ଆନ୍ଧ୍ର କରୁଛି ଷଢ଼ଯନ୍ତ୍ର । ଓଡ଼ିଶା ସୀମାନ୍ତରେ ଥିବା କୋଟିଆ ଅଞ୍ଚଳରେ ରାସ୍ତା କାମ ଚାଲିଥିବା ବେଳେ ଆନ୍ଧ୍ର କରୁଛି ଦାଦାଗିରି । କାମ ବନ୍ଦ କରିବା ସାଙ୍ଗକୁ କୌଣସି କାମ କରାଇ ନଦେବାକୁ ଦେଇଛନ୍ତି ଚେତାବନି । ଅଭିଯୋଗ ମିଳିବା ପରେ ଥାନାର ଦ୍ୱାରସ୍ଥ ହେବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଳ୍ଳା ପଟାଙ୍ଗୀ ବ୍ଳକର କୋଟିଆ ପଚାଂୟତର ୭ ଟି ଗାଁ ( କୋଟିଆ, ତଳ ଗଞେଇପଦର, ଉପର ଗଞେଇପଦର, ସେମ୍ବି, ମାଡ଼କାର, ପଣିକି, ନାରିଡ଼ିବାଲସା ଭଳି ଗାଁ)କୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗିରହିଛି । ବିବାଦଟି ସ୍ଥିତା ଅବସ୍ଥାରେ ରହିଥିବା ବେଳେ ରାଜ୍ୟର ସୀମା ଭିତରେ ଥିବା କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଅନେକ ବିକାଶ ମୁଳକ କାମ ଜାରି ରଖିଛନ୍ତି । ରାସ୍ତା ଘାଟ ଠାରୁ ସ୍କୁଲ, ମେଡ଼ିକାଲ ଓ ଥାନା ପାଇଁ କାମ ଜୋର ସୋରରେ ଚାଲିଥିବା ବେଳେ ଏହାକୁ ସହି ନ ପାରି ଆନ୍ଧ୍ର ଠିକାଦାର ରାସ୍ତା କାମରେ ନିୟୋଜିତ ଥିବା ଠିକାଦାରଙ୍କୁ ଧମକାଇବା ସହ ଦାଦାଗିରି ଆରମ୍ଭ କରିଛନ୍ତି, ଯେଉଁ ଦ୍ୱାରା ବିକାଶ କାମରେ ବାଧା ସୃଷ୍ଟି ହୋଇଥିବା ସମ୍ପୃକ୍ତ ଠିକାଦାର ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କୋଟିଆରୁ ମାଡ଼କାର ରାସ୍ତା ସହ ଫଗୁଣ ସିନେରି, ବର୍ଣ୍ଣାପାଡ଼ୁ, ଡ଼ୋଳିଆମ୍ବ, ଓଲପଗୁଡ଼ା, ଭଳି ଗାଁରେ ରାସ୍ତା କାମ ଚାଲୁଥିଲା ଯାହାକୁ ବିରୋଧ କରିବା ସହ ବନ୍ଧ କରିବା ପାଇଁ ଚେତାବନି ଦେଇଛନ୍ତି । ଅଭିଯୋଗ ପାଇବା ପରେ ଜିଲ୍ଳା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଆନ୍ଧ୍ର ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଳାପାଳ ।