ଆମ ସମାଜରେ ବହୁ ଲୋକ ଶାକାହାରୀ ଅଛନ୍ତି । ଅଧିକାଂଶ ଲୋକ ଏବେ ସାଦା ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ସାଧାରଣତଃ ସମସ୍ତେ ଭାବନ୍ତି ଯେ ଶାକାହାରୀ ହେବା ଭଲ । ନିରାମିଷ ଭୋଜନ ସ୍ୱାସ୍ଥ୍ୟପ୍ରଦ ବୋଲି କୁହାଯାଇଥାଏ । ଇଣ୍ଡିଆନ୍ ଡାଏଟିସିଆନ୍ ଆସୋସିଏନ୍ ଏକ ରିପୋର୍ଟ କିନ୍ତୁ ଶାକାହାରୀମାନଙ୍କୁ ଚମକେଇ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଏହି ରିପୋର୍ଟରେ କୁହାଯାଇଛି ସମଗ୍ର ଭାରତବର୍ଷରେ ମାତ୍ର ୫୦ ପ୍ରତିଶତ ଲୋକ ସଂପୂର୍ଣ୍ଣ ପ୍ରୋଟିନ୍ ନେଇ ପାରନ୍ତି ନାହିଁ । କେବଳ ଶାକାହାରୀ ଭୋଜନ ଆପଣଙ୍କ ଶରୀରରେ ପ୍ରୋଟିନ୍ର ଅଭାବତା ପୂରଣ କରି ନ ପାରେ । ଏଣୁ ଅନ୍ୟ ଉପାୟରେ ପ୍ରୋଟିନ୍ ଦେବା ଜରୁରୀ ।
ଏହି ରିପୋର୍ଟ ସାମ୍ନାକୁ ଆସିବା ମାତ୍ରେ ଗର୍ଭବତୀ ମହିଳାମାନଙ୍କୁ ସଂପର୍କରେ କେତେକ ପ୍ରଶ୍ନ ଉଠିଛି । ବିଶେଷଜ୍ଞମାନଙ୍କ ମତ ହେଲା ଯେ ଶାକାହାରୀ ଗର୍ଭବତୀ ମହିଳାମାନେ ଅନ୍ୟ ଉପାୟରେ ପ୍ରୋଟିନ୍ ଗ୍ରହଣ କରିବାରେ ସକ୍ଷମ ହୁଅନ୍ତି ନାହିଁ । ତେବେ ସେମାନେ ଖାଦ୍ୟରେ ଦୁଗ୍ଧକୁ ମିଶାଇଲେ ପ୍ରୋଟିନର ମାତ୍ରା ଅନେକାଂଶରେ ପୂରଣ ହୋଇପାରିବ ।
ଏହି ରିପୋର୍ଟ ସଂପର୍କରେ ପାଥୋଲୋଜିଷ୍ଟ ବି ସେସି କେରନ୍ଙ୍କ କହିବା ଅନୁଯାୟୀ ପ୍ରୋଟିନ୍କୁ ଅନ୍ୟ ଉପାୟରେ ମଧ୍ୟ ଗ୍ରହଣ କରି ହେବ । ଆମ ଶରୀର ଖାଦ୍ୟ ଶସ୍ୟ ଓ ଡାଲିର ୫:୧ ଅନୁପାତର ଆବଶ୍ୟକତା ଅଛି । ତେବେ ଦୁଗ୍ଧ ୬୫ ପ୍ରତିଶତ ହେବା ଆବଶ୍ୟକ । ଗର୍ଭବତୀ ମହିଳାମାନଙ୍କର ଗର୍ଭସ୍ଥ ଶିଶୁର ପ୍ରତିଦିନ ୨୦ ଗ୍ରାମ୍ ପ୍ରୋଟିନ୍ର ଆବଶ୍ୟକତା ରହିଛି । ଆଇଡିଏର ଅଧ୍ୟକ୍ଷ ନୀଳଂଜନା କହିଛନ୍ତିଯେ ଖାଦ୍ୟରେ ପର୍ୟ୍ୟାପ୍ତ ପ୍ରୋଟିନ୍ ସାମିଲ୍ କରିବା ଉଚିତ ।