ପ୍ରକୃତିର ଚମତ୍କାର : ଭାତ ଓ ଗୁଡ଼ ଖାଉଛି କୁମ୍ଭୀର

106

ବେଳେ ବେଳେ ପ୍ରକୃତିର ଚମତ୍କାର ଏମିତି ହୁଏ କି ଆଖିକୁ ବିଶ୍ୱାସ ଆସେନି । କଥାରେ ଅଛି ବାଘ କେବେ ଘାସ ଖାଏନି କାହିଁକି ନା ସେ ମାଂସାହାରୀ ଜୀବ । କିନ୍ତୁ ଆଜି ଆମେ ଏପରି ଜଣେ ଜୀବ ବିଷୟରେ ଆଲୋଚାନ କରିବା, ତାକୁ ପ୍ରକୃତି ମାଂସାହାରୀ ତ ସୃଷ୍ଟି କରିଥିଲା । ହେଲେ ତାପରେ ବି ସେ ସଂପୂର୍ଣ୍ଣ ଭାବେ ଶାକାହାରୀ । ଆମେ କହୁଥିବା ଶାକାହାରୀ ଜୀବ ହେଉଛି କେରଳର ଅନନ୍ତପୁରା ଲେକ ଟେମ୍ପଲରେ ରହୁଥିବା ବବିଆ ନାମକ କୁମ୍ଭୀର । ଆପଣ ଜାଣିଥିବେ କୁମ୍ଭୀର ନିଜ ଦାନ୍ତରେ କୌଣସି ବି ହାଡ଼କୁ ଚୋବାଇ ଗୁଣ୍ଡ କରିପାରିବ ।

ହେଲେ ଅନନ୍ତପୁରା ଲେକ ଟେମ୍ପଲର ବବିଆ କୁମ୍ଭୀର ସ୍ୱଭାବରେ ଶାନ୍ତ ଓ ତାକୁ ଖାଇବାରେ ପସନ୍ଦ କେବଳ ମନ୍ଦିର ପ୍ରସାଦ । ବବିଆ ଶାକାହାରୀ ହୋଇଥିବାରୁ ହ୍ରଦରେ ରହୁଥିବା ମାଛ ମାନଙ୍କହ କିଛି ଚିନ୍ତା ନାହିଁ । ଏହାଠୁ ବି ଅଧିକ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ବବିଆର ଖାଇବା ସମୟ ନିର୍ଦ୍ଧାରିତ ଥାଏ । ଅପରାହ୍ନର ପୂଜା ପରେ ବବିଆ ଭାତ ଓ ଗୁଡ଼ରେ ତିଆରି ପ୍ରସାଦ ଖାଏ । ଏହି ମାମଲାରେ ମନ୍ଦିର ପ୍ରଶାସନଙ୍କ କହିବା ଏହି ଯେ ଗତ ୧୫୦ ବର୍ଷରୁ ଏହି ହ୍ରଦରେ କୁମ୍ଭୀର ରହୁଥିବାର ଦେଖା ଯାଆନ୍ତି, ହେଲେ ଏକ ସମୟରେ ଗୋଟିଏ କୁମ୍ଭୀର ହି ଦେଖିବାକୁ ମିଳିଥାଏ ।

ଗୋଟିଏ କୁମ୍ଭୀରର ମୃତ୍ୟୁ ପରେ ଆଉ ଏକ କୁମ୍ଭୀର ସେହି ସ୍ଥାନକୁ ଚାଲିଆସେ । କାହାକୁ ବି ଜଣା ନାହିଁ ଯେ କୁମ୍ଭୀର କେଉଁଠୁ ଆସନ୍ତି, ଯେବେକି ଆଖପାଖରେ କୈାଣସି ନଦୀ ବି ନାହିଁ । ସୂଚନାଯୋଗ୍ୟ, ବବିଆ ଗତ ୬୦ ବର୍ଷରେ ଏହି ମନ୍ଦିର ପରିସରର ଚୈାକିଦାରୀ କରେ । ଏହାକୁ ପ୍ରକୃତିର ଚମତ୍କାର ହିଁ କୁହାଯିବ, ଯେଉଁଠି ଏକ ହିଂସ୍ର ମାଂସାହାରୀ ଜୀବର ଶୁଦ୍ଧ ଶାକାହାରୀରେ ପରିଣତ ହେବା ।