ଓଡିଶା ବଜାରରେ ଛତିଶଗଡ ମାଲାମାଲ୍ ! ପଶ୍ଚିମ ଓଡିଶାକୁ ଆସୁଛି ପଡୋଶୀ ରାଜ୍ୟରୁ ଟ୍ରକ ଟ୍ରକ୍ ପରିବା

34

କନକ ବ୍ୟୁରୋ : ଓଡିଶା ରାସ୍ତାରେ ଗଡୁଛି ଶସ୍ତା ଟମାଟୋ । ସେପଟେ ଛତିଶଗଡରୁ ପରିବା ଆଣି ବିକ୍ରି କରୁଛନ୍ତି ବ୍ୟବସାୟୀ । ପଶ୍ଚିମ ଓଡିଶାକୁ ଆସୁଛି ପଡୋଶୀ ରାଜ୍ୟରୁ ଟ୍ରକ ଟ୍ରକ ଟମାଟୋ । ଗୋଟିଏ ପଟେ ଓଡିଶାର ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସେପଟେ ସମ୍ବଲପୁର ବଜାରକୁ ପରିବା ଯୋଗାଇ ମାଲାମାଲ ହେଉଛନ୍ତି ଛତିଶଗଡର ଚାଷୀ । ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିବା ପରେ, ଛୋଟ ବ୍ୟବସାୟୀଙ୍କଠାରୁ ପରିବା କିଣିବା ନେଇ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବନ୍ଧାକୋବି କିଲୋ ୨.୫୦ ଟଙ୍କା, ଟମାଟୋ କିଲୋ ୬ ଟଙ୍କାରେ କିଣୁଛନ୍ତି ସମ୍ବଲପୁର ସହରର ବଡ ବ୍ୟବସାୟୀ । କିନ୍ତୁ ସ୍ଥାନୀୟ ଉତ୍ପାଦିତ ପରିବା ପରିବର୍ତେ ପଡୋଶୀ ଛତିିଶଗଡରୁ କିଣିବାକୁ ଆଗ୍ରହୀ ହେଉଛନ୍ତି ।

କଥାହେଲା ଆମ ରାଜ୍ୟର ଛୋଟ ପରିବା ଚାଷୀ, ସହରରେ ଥିବା ବଡବଡ ବଜାର ପର୍ଯ୍ୟନ୍ତ ପହଂଚି ପାରୁନାହାନ୍ତି । ନିଜ ଉତ୍ପାଦନକୁ ବଜାରରେ ପହଂଚାଇବା ପାଇଁ ପରିବହନ ଖର୍ଚ୍ଚର୍ ତୁଲାଇ ପାରୁନାହାନ୍ତି । ଆଉ ସ୍ଥାନୀୟ ବଜାରରେ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଛୋଟ ଚାଷୀଙ୍କୁ ସଂଗଠିତ କରିବା ସହ ସେମାନଙ୍କ ଉତ୍ପାଦନକୁ କ୍ରୟ କରିବା ଲାଗି ମଣ୍ଡି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛନ୍ତି ଚାଷୀ ନେତା ।

ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ମହାନଦୀର ପାଣିରୁ ଫାଇଦା ଉଠାଇ ଓଡିଶାକୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ଜାରି ରହିଛି । ଏବେ ଛତିଶଗଡ ପରିବା କ୍ଷେତ୍ରରେ ମଧ୍ୟ ରମଣ ସିଂଙ୍କ ଚାଷୀ ଫାଇଦାରେ । ପ୍ରଶ୍ନ ଉଠୁଛି, ଏ କ୍ଷେତ୍ରରେ କିଛି କରିବେ କି ନବୀନ ପଟ୍ଟନାୟକ ?