ଶୀତ ଦିନରେ ଡାଇବେଟିଜ୍ ରୋଗୀ ଦିଅନ୍ତୁ ଧ୍ୟାନ, ଏହି ୪ଟି ପରିବା କରିବ ରକ୍ତ ଶର୍କରାକୁ ନିୟନ୍ତ୍ରଣ

565

ରକ୍ତରେ ଗ୍ଲୁକୋଜର ମାତ୍ରା କିମ୍ବା ରକ୍ତ ଶର୍କରାର ମାତ୍ରା ସେତେବେଳେ ଅଧିକ ହୋଇଥାଏ, ଯେତେବେଳେ ଶରୀରରେ ଇନସୁଲିନ୍ ଠିକରେ ତିଆରି ହୋଇପାରିବନି କିମ୍ବା ଶରୀର କୋଷ ଠିକରେ ପ୍ରତିକ୍ରିୟା ନଦେଲେ । ସେଥିପାଇଁ ଶରୀରକୁ ଏହି ପରିବା ର ନିତାନ୍ତ ଆବଶ୍ୟକ ।

  • ଗାଜର : ପୋଟାସିୟମରେ ଭରପୁର ଗାଜର ଆପଣଙ୍କ ରକ୍ତ ପ୍ରଶିରା ଓ ଧମନୀକୁ ଆରାମ ଦେବାରେ ସହାୟତା କରେ । ଏହା ସୋଡିୟମର କୁପ୍ରଭାବକୁ କମ୍ କରେ ।
  • ମେଥି : ମେଥି ପତ୍ର ଓ ମେଥିର ମଂଜିରେ ଫାଇବର ଥାଏ । ଯାହା କଲୋଷ୍ଟେରୋଲକୁ କମ୍ କରିବାରେ ସାହାଯ୍ୟ କରେ । ବିଶେଷ କରି ଏଲଡିଏଲକୁ ।
  • ପାଳଙ୍ଗ : ଏହା ପୋଟାସିୟମ ଓ ଲ୍ୟୁପଟିନରେ ଭରପୁର ଥାଏ । ଏହା ଧମନୀର ୱାଲକୁ ମୋଟା ହେବାରୁ ରୋକେ ଯଦ୍ୱାରା ହାଟ୍ ଆଟାକ୍ ବିପଦ ଟଳେ ।
  • ମୂଳା : ମୂଳା ମଧ୍ୟ ପୋଟାସିୟମରେ ଭରପୂର ଥାଏ । ଯାହାକି ରକ୍ତ ଶର୍କରାକୁ କମ୍ କରିବାରେ ସାହାଯ୍ୟ କରେ । ଆପଣ ଆପଣଙ୍କ ସାଲାଡରେ ମୂଳାର ଉପଯୋଗ କରିପାରିବେ ।