ଏୟାର ଇଣ୍ଡିଆର ଇକୋନୋମି ଶ୍ରେଣୀରେ ଆମିଷ ଭୋଜନ ବନ୍ଦ ! କମ୍ପାନୀ ତରଫରୁ ସୂଚନା

28

ଏୟାର ଇଣ୍ଡିଆର ଇକୋନୋମି ଶ୍ରେଣୀରେ ମିଳିବନି ଆମିଷ ଭୋଜନ । ଏୟାର ଇଣ୍ଡିିଆ ଦ୍ୱାରା ହେଉଥିବା ଖର୍ଚ୍ଚକୁ କମ କରିବା ପାଇଁ ଗତ ସପ୍ତାହ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏୟାର ଇଣ୍ଡିଆ ନିଜର ଇକୋନୋମି ଶ୍ରେଣୀର ଯାତ୍ରୀଙ୍କ ପାଇଁ ଆମିଷ ଖାଦ୍ୟ ବନ୍ଦ କରିଦେଇଛି । ଏହି ନିଷ୍ପତି ଖର୍ଚ୍ଚକୁ କମ କରିବା ପାଇଁ ନିଆଯାଇଛି ବୋଲି କମ୍ପାନୀ ତରଫରୁ ସୂଚନା ।

ଏହି ନିଷ୍ପତି କେବଳ ଘରୋଇ ଉଡ଼ାଣରେ ଲାଗୁ ହେବ । ଏଇଠି କହି ରଖୁଛୁ କିଛି ସପ୍ତାହ ପୂର୍ବରୁ ଏୟାର ଇଣ୍ଡିିଆ ଖର୍ଚ୍ଚ କମ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ଉଡ଼ାଣର ଇକୋମୋନି ଶ୍ରେଣୀରେ ଯାତ୍ରୀଙ୍କ ଖାଦ୍ୟରେ ସାଲାଡ଼ ନପରସିବା ପାଇଁ ବିଚାର କରୁଥିଲେ । ଏହା ବ୍ୟତୀତ ଖର୍ଚ୍ଚ କାଟିବା ପାଇଁ ବିମାନରେ ଉପଲବ୍ଧ ପତ୍ରିକା ସଂଖ୍ୟା ମଧ୍ୟ କମ୍ କରିବା ବିଷୟରେ ଚିନ୍ତା କରୁଥିଲେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ।

                                                     ସୌଜନ୍ୟ-ଏନଡ଼ିଟିଭି.କମ୍