ଆଜି ଓଡିଶା ମାଟିର ବୀର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥି ! ଯେ ମଫସଲ ମାଟିରୁ ବ୍ରିଟିଶଙ୍କୁ ଚଟାଇଥିଲେ ଧୂଳି ।  

136

ଆଜିର ଦିନଟି ଜାନୁଆରୀ ୨୩ ତାରିଖ ମହାପୁରୁଷଙ୍କ ଜନ୍ମତିଥିରେ ପ୍ରସ୍ଫୁଟିତ ହେଉଛି । ସ୍ୱାଧିନତାର ଦୁଇ ଦୁଇଟି ବୀର ସଂଗ୍ରାମୀଙ୍କ ବୀରଗାଥାର ଆରମ୍ଭ ଆଜିର ଦିନରୁ ହିଁ ଆରମ୍ଭ ହୋଇଥିଲା । ଗୋଟିଏ ପଟେ ଭାଇଚାରାର ସହର କଟକରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ଥିବାବେଳେ ଅନ୍ୟପଟେ ସମ୍ବଲପୁରର ଏକ ମଫସଲ ଗାଁ ଖିଣ୍ଡାରେ ଜନ୍ମିଥିବା ବୀର ସୁରେନ୍ଦ୍ର ସାଏ ।

୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ଖିଣ୍ଡା ଗ୍ରାମର ଧରମା ସିଂହଙ୍କ ୭ ଟି ସନ୍ତାନ ଭିତରୁ ଜଣେ ଥିବା ସୁରେନ୍ଦ୍ର ସ୍ୱାଧିନତା ସଂଗ୍ରାମ ସମୟରେ ଆଦିବାସୀଙ୍କ ମୁଖିଆ ହୋଇ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ବିପକ୍ଷରେ ଲଢେଇ କରିଆସୁଥିଲେ । ଏହି ସମୟରେ ବାରମ୍ବାର ତାଙ୍କୁ ଜେଲର କାଳକୋଠରୀ ଭିତରେ ରହିବାକୁ ପଡିଥିଲା । ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡୁଥିଲା । ସୁରେନ୍ଦ୍ର ସାଏ ଆସିରଗଡର ଜେଲ୍ ରେ ୨୩ ମେ ୧୮୮୪ ମସିହାରେ ମୃତ୍ୟୁ ବରଣ କରିଥିଲେ । ଏହି ବୀର ସଂଗ୍ରାମୀଙ୍କ ବିଜୟର ଗାଥା କାଳ କାଳକୁ ପ୍ରତିଟି ଓଡିଆଙ୍କ ମନରେ ରହିଥିବ ।