ଭିନୁଙ୍କ ଜୀବନରେ ବ୍ରେକ୍

60

ଭିନୁ ପଲିୱାଲ୍ । ଭାରତର ପ୍ରଥମ ମହିଳା ବାଇକ୍ ରାଇଡର ଭାବେ ବେଶ ପରିଚିତ । ଲେଡି ଅଫ୍ ଦ ହାର୍ଲେ ଭାବେ ମଧ୍ୟ ସେ ପରିଚିତ । ଭାରତର ଅନ୍ୟତମ ଆଇରନ୍ ଲେଡି କହିଲେ କିଛି ଭୁଲ୍ ହେବନି । ଘଂଟାକୁ ୧୮୦ କିଲୋମିଟର ବେଗରେ ଦୌଡେ ତାଙ୍କ ବାଇକ୍ । ରାଜସ୍ଥାନ ଜୟପୁରର ଏହି ଝିଅ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା । ବାଇକ୍ ରାଇଡ କରି ଚାହିଁଥିଲେ ଦେଶ ଭ୍ରମଣ କରିବାକୁ । ହେଲେ ବିଧିର ନିୟମ ଥିଲା ଭିନ୍ନ । ଏହି ବାଇକ୍ ରାଇଡ୍ ହିଁ ତାଙ୍କ ଜୀବନରେ ଲଗାଇଲା ଫୁଲ୍ଷ୍ଟପ୍ । ପିତାମାତାଙ୍କ ଏକମାତ୍ର ଝିଅ ହୋଇ ବି ସେ ପୁଅଠାରୁ କୌଣସି ଗୁଣରେ କମ୍ ନଥିଲେ । ଭିନୁଙ୍କ ବାଇକ୍ ରାଇଡ୍କୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ “ଭିନୁଙ୍କ ଜୀବନରେ ବ୍ରେକ୍” ।

veenu

ଲେଡି ଅଫ୍ ଦ ହାର୍ଲି’ । ୪୨ ବର୍ଷୀୟା ବାଇକ ଚାଳକ । ଭିନୁ ପାଲିୱାଲ୍ । ହାର୍ଲି ଡେଭିଡସନ ବାଇକ ରାଇଡ୍ କରିବାରେ ଓସ୍ତାଦ୍ । ୨୬୫ କେଜି ଓଜନର ବାଇକ୍ ଭିନୁଙ୍କ ହାତରେ ପଡିଲେ ଦୌଡେ ଗଂଟାକୁ ୧୮୦ କିଲୋମିଟର ସ୍ପିଡରେ । ସେଇଥିପାଇଁ ଭିନୁଙ୍କୁ ଚଳିତବର୍ଷ ଲେଡି ଅଫ୍ ଦ ହାର୍ଲି ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ କିନ୍ତୁ ତାଙ୍କ ଜୀବନରେ ଲାଗିଛି ବ୍ରେକ୍ । ଜୟପୁରର ବାସିନ୍ଦା ଭିନୁ ତାଙ୍କ ହାର୍ଲି ଡେଭିଡସନ ବାଇକରେ ମାର୍ଚ୍ଚ ୨୪ରୁ ଅନ୍ୟ ଜଣେ ହାର୍ଲି ଡେଭିଡସନ ବାଇକ୍ ସାଥୀ ଦୀପେଶ ତୱଁରଙ୍କ ସହ ଭାରତ ଭ୍ରମଣରେ ବାହାରିଥିଲେ । ସନ୍ଧ୍ୟାରେ ମଧ୍ୟପ୍ରଦେଶର ଗ୍ୟାରସପୁରରୁ ୧୧ କିମି ପୂର୍ବରୁ ରାଜପଥର ଏକ ବୁଲାଣି ପାଖରେ ନିୟନ୍ତ୍ରଣ ହରାଇବାରୁ ଭିନୁଙ୍କ ବାଇକ ଖସିପଡିଥିଲା । ଫଳରେ ଯକୃତରେ ଗଭୀର ଆଘାତ ଲାଗିବା କାରଣରୁ ଭିନୁଙ୍କ ମୃତୁ୍ୟ ହୋଇଥିଲା । ଭିନୁଙ୍କ ସାଥୀ ବାଇକ ଚାଳକ ଦୀପେଶଙ୍କ କହିବା ଅନୁଯାୟୀ ୧୮ ଦିନ ପୂର୍ବେ ଜୟପୁରରୁ ଭାରତ ଭ୍ରମଣରେ ବାହାରିଥିଲେ । ଏପ୍ରିଲ ୧୩ରେ ହିଁ ଜୟପୁରରେ ଭାରତ ଭ୍ରମଣ ଶେଷ ହୋଇଥାନ୍ତା । ଭାରତ ଭ୍ରମଣ ସମାପ୍ତ ପାଇଁ ଆଉ ୧୦୦୦ କିମି ବାକି ଥିବାବେଳେ ବିଦିଶାରେ ଭିନୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ୧୮ଦିନରେ ପ୍ରାୟ ୯ହଜାର କିମି ଅତିକ୍ରମ କରିସାରିଥିଲେ ଭିନୁ ଓ ତାଙ୍କ ସାଥି । ହେଲେ ଆଉ ମାତ୍ର କେତେ ସମୟ ମଧ୍ୟରେ ଭାରତ ଭ୍ରମଣର ଶେଷ ପର୍ଯ୍ୟାୟରେ ପହଂଚିଥାନ୍ତେ ଭିନୁ । ହେଲେ ତା’ପୂର୍ବରୁ ତାଙ୍କ ଜୀବନରେ ଲାଗିଲା ବ୍ରେକ୍ । ସବୁଦିନ ପାଇଁ ଭିନୁ ଶୋଇଗଲେ ଚିର ନିଦ୍ରାରେ ।

ଜୀବନରେ ଲକ୍ଷ୍ୟ ଥିଲା ଭିନ୍ନ କାମ କରି ନାଁ କରିବେ । ଅନେକ ଥର ଓଜନଦାର ବାଇକ୍ ରାଇଡ୍ କରି ରେକର୍ଡ ବି କଲେ । ସବୁବେଳେ ଲକ୍ଷ୍ୟ ରଖିଲେ ଜୀବନରେ ସାଉଁଟିବେ କିଛି ନିଆରା ଅନୁଭୁତି । ଜୟପୁର ସହରରେ ତାଙ୍କର ବାଇକ୍ ଗଡିଲେ ସମସ୍ତେ ଏକ ପ୍ରକାର ନିଶ୍ଚିତ ହୋଇ ଯାଆନ୍ତି ଯେ ଏଇ ବାଇକ୍ ଆରୋହି ଜଣକ ଆଉ କେହି ନୁହେଁ ଲେଡି ଅଫ୍ ଦ ହାର୍ଲେ ।

veenuଦେଶର ସର୍ବପ୍ରଥମ ମହିଳା ମୋଟର ସାଇକେଲ ଚାଳକର  ଆଖ୍ୟା ମିଳିଥିଲା ଭିନୁ  ପାଲିୱାଲାଙ୍କୁ । ହାରର୍ଲି ଡାଭିଡସନ ବାଇକ ଚଲାଉଥିବାରୁ ତାଙ୍କ ନାଁ ମଧ୍ୟ ରଖାଯାଇଥିଲା “ ଲେଡି  ଅଫ୍ ଦ ହାର୍ଲି”  । ଯିଏ ୧୮୦ କିମି ବେଗରେ ଗାଡି ଚଲାଇ ରେକର୍ଡ କରିଛନ୍ତି ।  କିନ୍ତୁ ତାଙ୍କ ବ୍ୟକ୍ତିଗତ  ଜୀବନ ଥିଲା ଅତି ସଂଘର୍ଷମୟ । ୧୯୭୨ ମସିହାରେ ଜୟପୁରର ଏକ ସାଧାରଣ ପରିବାରରେ ସେ ଜନ୍ମ  ଗ୍ରହଣ କରିଥିଲେ  । ପିଲାଟି ଦିନରୁ ମୋଟର ସାଇକେଲ ଚାଳନା ପ୍ରତି ଥିଲା ଦୁର୍ବଳତା । ଆଉ ଏହି  ଦୁର୍ବଳତା ବାସ୍ତବର ରୂପ ନେଇଥିଲା କଲେଜ ଜୀବନରେ । ସେ ତାଙ୍କର ଜଣେ ବନ୍ଧୁଙ୍କ ବାଇକ  ଚାଳନାରୁ  ଆରମ୍ଭ କରିଥିଲେ ଯାତ୍ରା । ସେବେଠାରୁ ସେ  ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଯାହା ତାଙ୍କୁ ପରିଚୟ ଦେଇଥିଲା   ଲେଡି ଅଫ ଦ ହାର୍ଲି ନାଁରେ । ସେ ବିବାହ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା ତାଙ୍କ ବୈବାହିକ  ଜୀବନ । ଭିନୁଙ୍କ ବାଇକ ଚାଳନାକୁ ଆଦୌ ପସନ୍ଦ କରୁ ନ  ଥିଲେ ତାଙ୍କ ସ୍ୱାମୀ । ଶେଷରେ ଏହା ରୂପ ନେଇଥିଲା ବିବାହ ବିଚ୍ଛେଦର ।

veenuଝିଅ ବି ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏମାନେ ବି ପୁଅମାନଙ୍କ ଭଳି ସବୁକାମ କରିବାରେ ଓସ୍ତାଦ୍ । ହେଲେ ବେଳେବେଳେ ବିଧିର ନିୟମ ଆଗରେ ଏମିତି ହାର ମାନିବାକୁ ପଡେ । ଭିନୁ ପଲିୱାଲଙ୍କ କ୍ଷେତ୍ରରେ ଘଟିଥିବା ଘଟଣା ଅନ୍ୟମାନଙ୍କୁ ଚେତାଇ ଦେଇଛି ସବୁ କାମକୁ ସତର୍କତାର ସହ କରିବା ଉଚିତ୍ ।