ଖିଲାଡ଼ି ତାରକାଙ୍କୁ ପଛରେ ପକାଇଲେ ଅଭିନେତା ବରୁଣ ଧୱନ୍ ! ପ୍ରତି ସିନେମା ପାଇଁ ପାରିଶ୍ରମିକ ନେବେ ୨୫ କୋଟି ଟଙ୍କା

106

ଖିଲାଡ଼ି ତାରକାଙ୍କୁ ପଛରେ ପକାଇଲେ ଅଭିନେତା ବରୁଣ ଧୱନ୍ । ବଲିଉଡର ହ୍ୟାଣ୍ଡସମ୍ ହିରୋ ବରୁଣ ଧଓ୍ଵନ୍ ଏବଂ ହିରୋଇନ୍ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବେ ସେମାନଙ୍କର ସିନେମା‘ଜୁଡଓ୍ଵା-୨’ର ସଫଳତାକୁ ସେଲିବ୍ରେଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଏହି ସିନେମା ଇତି ମଧ୍ୟରେ ୧୦୦ କୋଟିର କାରବାର କରିସାରିଛି । କୁହାଯାଉଛି ଯେ‘ଜୁଡଓ୍ଵା-୨’ ପରେ ବରୁଣ ଧଓ୍ଵନ୍ ତାଙ୍କର ପ୍ରାଇସ୍ ବଢ଼ାଇ ଦେଇଛନ୍ତି । ଏବେ ପ୍ରତି ସିନେମା ପାଇଁ ସେ ୨୫ କୋଟି ଟଙ୍କା ପାରିଶ୍ରମିକ ନେବେ ।

ପାରିଶ୍ରମିକ ମାମଲାରେ ବରୁଣ ଏବେ ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦେଇଥିବା କୁହାଯାଉଛି । କାରଣ ଅକ୍ଷୟ କୁମାର ଗୋଟିଏ ସିନେମା ପାଇଁ ୨୦ କୋଟି ନେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବରୁଣ ଧଓ୍ଵନଙ୍କ ସିନେମା ଗୁଡିକ ଲଗାତାର ବକ୍ସ ଅଫିସରେ ଧମାଲ୍ କରୁଛି ।