ପ୍ରଥମ ଥର ପାଇଁ ବରୁଣ ଧାୱନଙ୍କ ସହ ରୋମାନ୍ସ କରିବେ ଡିମ୍ପଲ ବ୍ୟୁଟି ଦୀପିକା ପାଦୁକୋନ୍ !

44

ବରୁଣ ଧାୱନ ଏବେ ନିଜର ଆଗାମୀ ସିନେମା ‘ଜୁଡ଼ୱା ୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସିନେମାର ସୁଟିଂ ଶେଷ ହେବା ପରେ ହିଁ ବରୁଣ ଖୁବ୍ ଶୀଘ୍ର ସୁଜିତ ସରକାରଙ୍କ ଆଉ ଏକ ସିନେମାର ସୁଟିଂ ଆରମ୍ଭ କରିବେ । ତେବେ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଏହି ସିନେମାରେ ପ୍ରଥମ ଥର ପାଇଁ ବରୁଣଙ୍କ ବିପକ୍ଷରେ ନଜର ଆସିବେ ବଲିଉଡ଼ର ଡିମ୍ପଲ ବ୍ୟୁଟି ଦୀପିକା ପାଦୁକୋନ ।

କେବଳ ବରୁଣଙ୍କ ସହ ନୁହଁ ସିନେ ନିର୍ଦ୍ଦେଶକ ସୁଜିତ ସରକାରଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ କାମ କରିବେ ଦୀପିକା । ଏବେ ଦୀପିକାଙ୍କ ବୟସ ୩୧ ବର୍ଷ ହୋଇଥିବା ବେଳେ ବରୁଣଙ୍କୁ ୩୦ ବର୍ଷ । ଉଭୟଙ୍କ ବସୟ ମଧ୍ୟରେ ଏକ ବର୍ଷର ଅନ୍ତର ରହିଛି । ଶୁଣିବା ପାଇଁ ମିଳୁଛି ‘ଜୁଡ଼ୱା ୨’ ର ସୁଟିଂ ଶେଷ ହେବା ପରେ ଅକ୍ଟୋବର ମାସରେ ଏହି ସିନେମାରେ ସୁଟିଂ ଆରମ୍ଭ ହେବ ।

ସେ ଯାହା ବି ହେଉଁ ପ୍ରଥମ ଥର ପାଇଁ ଦୀପିକା ଓ ବରୁଣଙ୍କ ଯୋଡ଼ିକୁ ଦେଖିବା ପାଇଁ ଦର୍ଶକ ବହୁତ ଆଗ୍ରହ ସରକାରେ ଚାହିଁ ବସିଛନ୍ତି । ଦୀପିକା ଏବେ ନିଜର ଆଗାମୀ ସିନେମା ‘ପଦ୍ମାବତୀ’ର ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ସହ ରଣବୀର ସିଂ ଓ ଶାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ସଂଜୟ ଲୀଲା ଭନସାଲୀଙ୍କ ଏହି ସିନେମା ୧୭ ନଭେମ୍ବରରେ ରିଲିଜ ହେବ ।