ବରୁଣ ଧାୱନଙ୍କୁ ପ୍ରଶଂସକ ଦେଲେ ଆତ୍ମହତ୍ୟା ଧମକ ! ଅଭିନେତା ଅଡ଼ୁଆରେ, ପୋଲିସରେ କଲେ ଅଭିଯୋଗ

63

ବଲିଉଡ଼୍ ତାରକାଙ୍କର ଥାଆନ୍ତି ଅନେକ ପ୍ରଶଂସକ । ସେଥି ମଧ୍ୟରୁ କିଛି ପାଗଳ ପ୍ରଶଂସକ ଥାଆନ୍ତି, ଯେଉଁମାନେ ତାଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ଆଉ ପ୍ରଶଂସକଙ୍କ ଏପରି କାରନାମା ଯୋଗୁଁ ତାରକା ମାନେ ଅଡ଼ୁଆରେ ପଡ଼ିଯାଆନ୍ତି । ତେବେ ବର୍ତ୍ତମାନ ବଲିଉଡ଼୍ ଅଭିନେତା ବରୁଣ ଧାୱନ ପଡ଼ିଛନ୍ତି ଅଡ଼ୁଆରେ । ବରୁଣଙ୍କ ସହ ତାଙ୍କ ପ୍ରଶଂସକ ଏପରି କିଛି କରିଛନ୍ତି , ଯେଉଁଥିପାଇଁ ତାଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ ପଡ଼ିଛି ।

ସିନେମା ‘ଜୁଡ଼ୱା ଟୁ’ ପରେ ସୁପରଷ୍ଟାର ବରୁଣ ଧାୱନଙ୍କ ଲୋକପ୍ରିୟତା ବଢିଯାଇଛି । ‘ଜୁଡ଼ୱା ୨’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିପାରିଛି । ସୂଚନା ଅନୁସାରେ ବରୁଣଙ୍କ ଜଣେ ପ୍ରଶଂସକ ହ୍ୱାଟସଆପରେ ଅନେକ ମେସେଜ କରଥିଲେ । ବରୁଣଙ୍କ ନମ୍ବରକୁ ଏତେ ମେସେଜ ଆସିଲା ଯେ ସେ ଶେଷର ବାଧ୍ୟ ହୋଇ ନମ୍ବରକୁ ବ୍ଲକ କରିଥିଲେ । କିନ୍ତୁ ପ୍ରଶଂସକ ଜଣକ ଏତିକିରେ ମାନି ନଥିଲେ । କିଛିିି ଦିନ ପରେ ପ୍ରଶଂସକ ଜଣକ ଫୋନ କରି ବରୁଣଙ୍କୁ ଧମକ ଦେବାରେ ଲାଗିଲେ । ପ୍ରଶଂସକ କହିଲେ ସେ ଯଦି ଦ୍ୱାଟସଆପ୍ ମେସେଜର ଉତ୍ତର ନଦିଅନ୍ତି ତେବେ ସେ ଆତ୍ମହତ୍ୟା କରିଦେବେ । ପରିସ୍ଥିତି ଆଗକୁ ଜଟିଳ ହେବାରୁ ବରୁଣ ଏନେଇ ଆଇନଗତ ପରାମର୍ଶ ନେଇ ମୁମ୍ବାଇର ସାନ୍ତାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ମିଡଡେ ରିପୋର୍ଟ ଅନୁସାରେ ବରୁଣଙ୍କ ଅଭିଯୋଗ ଅନୁସାରେ ପୋଲିସ୍ ଏବେ ଛାନଭିନ୍ ଜାରି ରଖିଛି ।