‘ଜୁଡ଼ୱା ୨’ସିନେମାର ପୋଷ୍ଟରରେ ବରୁଣ ଧାୱନଙ୍କ ଡ଼ବଲ ଧମାକା ! ଜାଣନ୍ତୁ କେବେ ହେବ ରିଲିଜ୍

46

ବରୁଣ ଧାୱନଙ୍କ ଆଗାମୀ ସିନେମା ‘ଜୁଡୱା ୨’ର ପୋଷ୍ଟର ରିଲିଜ ହୋଇଯାଇଛି । ସିନେ ନିର୍ମାତା ତଥା ଡେଭିନ ଧାୱନଙ୍କ ୬୫ ଜନ୍ମଦିନ ଅବସରରେ ପୁଅ ବରୁଣ ଏହି ପୋଷ୍ଟରକୁ ଟ୍ୱିିଟର ଜରିଆରେ ଜାରି କରିଛନ୍ତି । ଡେଭିନ ଧାୱନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡ଼ି ସିନେମାରେ ବରୁଣ ଦୈତ ଭୂମିକାରେ ନଜର ଆସିବେ । ଏହି ସିନେମାରେ ସେ ରାଜା ଓ ପ୍ରେମ୍ ଦୁଇଟି ଭୂମିକାରେ ନଜର ଆସିବେ ।

ସୂଚନା ଅନୁସାରେ ‘ଜୁଡ଼ୱାର ୨’ର ସୁଟିଂ ଶେଷ ହୋଇସାରିଛି । ଏହି ସିନେମାରେ ବରୁଣଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଡ଼ିଜ ଓ ତାପସୀ ପାନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସିନେମାର ସମସ୍ତ କଳାକାର ଏବେ ପୋଷ୍ଟ ପ୍ରଡ଼କ୍ସନ କାମରେ ବ୍ୟସ୍ତ ଅଛନ୍ତି । ଏହି ସିନେମା ଚଳିତ ବର୍ଷ ଦଶହରା ଉପଲକ୍ଷେ ୨୯ ଡିସେମ୍ବରରେ ରିଲିଜ ହେବ ।

ସଲମାନ୍ ଖାନଙ୍କ ହିଟ ସିନେମା ‘ଜୁଡ଼ୱା’ର ସିକ୍ୱେଲ ‘ଜୁଡ଼ୱା ୨’ରେ ବରୁଣ ଦୁଇଟି ଅଲଗା ଅଲଗା ଅବତାରରେ ନଜର ଆସିଛନ୍ତି । ରିଲିଜ ହୋଇଥିବା ପୋଷ୍ଟରରେ ସେ ଭିନ୍ନ ଭିନ୍ନ ଅବତାରରେ ଟ୍ୟାକ୍ସିରୁ ବାହାରୁଥିବାର ଦେଖିବାକୁ ମିଳିଛି । ଗୋଟିଏରେ ବିଲକୁଲ ସାଧାସିଧା ଲୁକରେ ଆଉ ଅନ୍ୟଟିରେ ବହୁତ ମଡ଼ର୍ଣ୍ଣ ନଜର ଆସୁଛନ୍ତି ବରୁଣ । ସିନେମାରେ ବରୁଣ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ, ଉଭୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

ସୂଚନାଯୋଗ୍ୟ ସିନେମା ‘ଜୁଡ଼ୱା ୨’ ୧୯୯୭ରେ ରିଲିଜ ହୋଇଥିବା ସଲମାନ୍ ଖାନଙ୍କ ସିନେମା ‘ଜୁଡ଼ୱା’ର ରିମେକ ଅଟେ । ଏହି ସିନେମାରେ ସଲମାନ ଖାନ ମଧ୍ୟ ସ୍ୱତନ୍ତ୍ର ଭୂମିକାରେ ନଜର ଆସିବେ । ଶୁଣବା ପାଇଁ ମିଳୁଛି ସଲମାନ ‘ଟନଟନା ଟନ’ ଓ ‘ଉଚ୍ଚୀ ହେ ବିଲଡ଼ିଂ’ ଗୀତରେ ନଜର ଆସିବେ ।