କଟପ୍ପା ପରେ ବାହୁବଲୀଙ୍କୁ ମାରିଲେ ବରୁଣ ଧାୱନ ! ଫଟୋ ହେଲା ଭାଇରାଲ

31

ନିକଟରେ ବାହୁବଲୀ ଓରଫ ପ୍ରଭାସ, ରାଣା ବଗୁବତୀଙ୍କ ସହ କରଣ ଜୋହରଙ୍କ ଘରେ ‘ବାହୁବଲୀ ୨”ର ସଫଳତାର ପାର୍ଟିିର୍ କରିଥିବାର ନଜର ଆସିଥିଲେ । ଏହା ସହ ଉକ୍ତ ପାର୍ଟିରେ ଉପସ୍ଥିତିତ ଥିଲେ ଅନେକ ବଲିଉଡ଼ ତାରକା । ବରୁଣ ଧାୱନ, ରଣବୀରକୁର, ଅର୍ଜୁନ କପୁର, ସିଦ୍ଧାର୍ଥ ମଲହୋତ୍ରା, ଆଲିଆ ଭଟ୍ଟ ଆଦି ପାର୍ଟିିରେ ସାମିଲ ଥିଲେ ।

ଏମାନେ ସମସ୍ତେ ମିଶିରେ ପାର୍ଟିିରେ ଖୁବ୍ ସାରା ମସ୍ତି କରିଥିଲେ । ଏହାସହ ମସ୍ତି ମସ୍ତିରେ କରଣ “ବାହୁବଲୀ”ର ଆଉ ଏକ ସିକ୍ୱେଲ ତିଆରି କରିଥିଲେ । କିନ୍ତୁ ଏହି ସିକ୍ୱେଲରେ କଟପ୍ପା ବାହୁବଲୀକୁ ମାରିନଥିିଲେ, ବରୁଣ ମାରିଥିଲେ ବାହୁବଲୀ ପ୍ରଭାସଙ୍କୁ ।

ବରୁଣ ଧୱନ ନିକଟରେ ଟ୍ୱିଟରରେ ଏକ ଫଟୋ ଅପଲୋଡ଼ କରିଛନ୍ତି ଯେଉଁଠି ସେ ପ୍ରଭାସଙ୍କୁ ପଛରୁ ତରବାରୀରେ ମାରିଛନ୍ତି । ବିଲକୁଲ ‘ବାହୁବଲୀ ୨’ ଷ୍ଟାଇଲରେ । ପ୍ରକୃତକଥା ହେଲା ‘ବାହୁବଲୀ ୨’ର ସଫଳତା ପରେ ପ୍ରଭାସ ଛୁଟି କଙ୍କାଇବା ପାଇଁ ୟୁୁଏସ୍ ଯାଇଥିଲେ । କିଛି ଦିନ ର୍ପୂର୍ବରୁ ହିଁ ସେ ଫେରିଛନ୍ତି । ସେ ଆସିବା ପରେ କରଣ ଜୋହର ତାଙ୍କ ପାଇଁ ଏକ ପାର୍ଟି ଦେଇଥିଲେ ।