ପୋଲିସର ଅବହେଳା ଯୋଗୁଁ ୧୭ ବର୍ଷ ଧରି ଗଚ୍ଛିତ ରହିଲା ୨୮୦୦ ମୃତଦେହର ଅଂଶ ! କେଉଁଠି ଜାଣନ୍ତୁ ।

30

ଉତ୍ତରପ୍ରଦେଶର କାଶୀରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । କାଶୀ ଏଭଳି ଏକ ଧାର୍ମିକ ନଗରୀ, ଯେଉଁଠି ଲୋକମାନେ ମୃତ୍ୟୁବରଣ କଲେ ଶିବ ଲୋକ ପ୍ରାପ୍ତି ହୁଅନ୍ତି ବୋଲି କୁହାଯାଏ । ସେଭଳି ସ୍ଥାନରୁ ମୁକ୍ତି ପାଇ ନ ଥିବା ୨୮୦୦ ମର ଶରୀରର ଦେହାବଶେଷ ମିଳିଥିବା ଜଣା ପଡ଼ିଛି । ୧୭ ବର୍ଷ ହେବ ଏହି ଦେହାବଶେଷକୁ ଏକ କାଚ ଜାର୍ରେ ରଖା ଯାଇଥିବା ଜଣାପଡ଼ିଛି । ପ୍ରାୟ ୧୬ ହଜାରରୁ ଅଧିକ କାଚ ଜାରରେ ଏହି ଦେହାବଶେଷ ରଖା ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଏହି ଦେହାବଶେଷ କୌଣସି ହତ୍ୟା ମାମଲାରେ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ଶବର ବୋଲି କୁହାଯାଉଛି । ଏହି ସମୟରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମୃତକଙ୍କ ଶରୀରର ଏକ ଅଂଶକୁ କାଟି ରଖା ଯାଇଥାଏ । ତଦନ୍ତ ଶେଷ ନ ହେବା ପର୍ୟ୍ୟନ୍ତ ଶରୀରର ଏହି ଅଂଶକୁ ରସାୟନିକ ପଦାର୍ଥ ଦିଆଯାଇ କାଚ ଜାର୍ ଭିତରେ ରଖା ଯାଇଥାଏ । ୨୦୦୧-୨୦୧୭ମଧ୍ୟରେ ପ୍ରାୟ ୨୮୦୦ମୃତ ଲୋକଙ୍କ ଶରୀରର ଅଂଶକୁ ୧୬ହଜାର କାଚ ଜାର୍ ଭିତରେ ବନ୍ଦ ରଖା ଯାଇଛି । ଏବେ ଏହାର ଅନ୍ତିମ ସଂସ୍କାର କରାଯିବ ବୋଲି ଏସ୍ଏସ୍ପି କାର୍ୟ୍ୟାଳୟ ତରଫରୁ କୁହାଯାଇଛି ।