ବଂଶଧାରା ଜଳ ବିବାଦ ମାମଲାରେ ଓଡ଼ିଶାକୁ ଝଟକା ! ନେରେଡ଼ି ପ୍ରକଳ୍ପକୁ ନେଇ ଟ୍ରିବ୍ୟୁନାଲଙ୍କ ପୂର୍ଣ୍ଣ ଅନୁମତି

38

କନକ ବ୍ୟୁରୋ: ବଂଶଧରା ଜଳ ବିବାଦ ମାମଲାରେ ଓଡ଼ିଶାକୁ ଝଟକା । ନିର୍ମାଣଧୀନ ୨ ବ୍ୟାରେଜ କାଟ୍ରାଗଡ଼ା ଓ ନେରେଡ଼ି ବ୍ୟାରେଜ କାମ ଚାଲୁରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ନେରେଡ଼ି ବ୍ୟାରେଜକୁ ଟ୍ରିବ୍ୟୁନାଲ ପୂର୍ଣ୍ଣ ଅନୁମତି ଦେଇଛନ୍ତି । ସେହିପରି କାଟ୍ରାଗଡ଼ା ବ୍ୟାରେଜକୁ ସର୍ତ୍ତମୂଳକ ଅନୁମତି ଦେଲେ ଟ୍ରିବ୍ୟୁନାଲ । ୪ ଜଣିଆ କମିଟି ଗଠନ ହେବ । କମିଟିରେ କେନ୍ଦ୍ର ଜଳ ଆୟୋଗର ୨ ଜଣ ସଦସ୍ୟ ରହିବେ । ଓଡ଼ିଶାର ଜଣେ ଓ ଛତିଶଗଡ଼ର ଜଣେ ସଦସ୍ୟ ରହିବେ । କୋର୍ଟ ରାୟ ଅନୁପାଳନ ଅନୁଧ୍ୟାନ ନେଇ କମିଟି ଗଠନ କରାଯାଇଛି ।

ତେବେ ଆସନ୍ତୁ ଜାଣିବା ପୁରା ମାମଲା କଣ । ବଂଶଧାରା ନଦୀଜଳ ବିବାଦକୁ ନେଇ ଦୀର୍ଘଦିନ ଧରି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ବଂଶଧାରାରେ ଆନ୍ଧ୍ର ନେରେଡ଼ି ପ୍ରକଳ୍ପ ଓ କାଟ୍ରାଗୁଡ଼ା ସାଇଡ଼ କେନାଲ ନିର୍ମାଣ କରୁଛି, ଯାହାକୁ ବିରୋଧ କରୁଛି ଓଡ଼ିଶା । ନେରେଡ଼ି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗଜପତି ଓ ରାୟଗଡ଼ା ଜିଲ୍ଲାର ଅନେକ ଅଂଚଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

ଅନେକ ଅଂଚଳ ଜଳମଗ୍ନ ହେବା ବି ଆଶଙ୍କା ପ୍ରକାଶ ପାଇଛି । ଓଡ଼ିଶା-ଆନ୍ଧ୍ରର ଏହି ବିବାଦ ସମାଧାନ ପାଇଁ ୨୦୧୨ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ୨୦୧୩ ମସିହାରେ ଟ୍ରିବ୍ୟୁନାଲ ଅନ୍ତରୀଣ ରାୟ ମଧ୍ୟ ଦେଇଥିଲେ । କିନ୍ତୁ ଆଜି ଓଡ଼ିଶାକୁ ଜବରଦସ୍ତ ଝଟକା ଲାଗିଛି । କାଟ୍ରାଗୁଡ଼ା ସାଇଡ଼ କେନାଲ ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟ ବି ଯାଇଛି ।