ଚଳିତ ବର୍ଷ ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ହେବ ନା ନାହିଁ : ଆଜି ସ୍ପଷ୍ଟ କରିବ ପି.ଜି. କାଉନସିଲ

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବାଣୀବିହାର ଛାତ୍ର ସଂସଦ ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ ହେବ । ଉକôଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ତାହା ଆଜି ପି.ଜି. କାଉନସିଲ ବୈଠକରେ ସ୍ଥିର ହେବ । ଅପରାହ୍ନରେ ଏହି ବୈଠକ ବସିବ । ବୈଠକରେ ସମସ୍ତ ୨୭ଟି ଯାକ ବିଭାଗର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଛାତ୍ର ଉପଦେଷ୍ଟା କମିଟି ନିର୍ବାଚନ କରିବା ସପକ୍ଷରେ ମତ ରଖିଛି । ତେଣୁ ଆଜି ପି.ଜି. କାଉନସିଲ ଆଲୋଚନା କରି ଉପଦେଷ୍ଟା କମିଟିର ମତ ଉପରେ ମୋହର ମାରିବ । ଅନ୍ୟପଟେ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।