ବାଣୀବିହାର ପରିସରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସକୁ ନେଇ ବିରୋଧ ଜାରି ! ୟୁୁନିଭରସିଟି ପରିସରରେ ଆମ୍ବୁଲାନ୍ସ ଜାଳିଦେଲେ ପିଲା

38

କନକ ବ୍ୟୁରୋ : ବାଣୀବିହାର ପରିସରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସକୁ ନେଇ ବିରୋଧ ଜାରି । ଯୁନିଭରସିଟି ପରିସରରେ ଆମ୍ବୁଲାନ୍ସ ଜାଳିଦେଲେ ଉତ୍ୟକ୍ତ ଛାତ୍ର । ଭିସି ଅଫିସ ଆଗରେ ଥିବା ଏକ ଅବ୍ୟବହୃତ ଆମ୍ବୁଲାନ୍ସକୁ ଜାଳିଦେଇଛନ୍ତି । ବାଣୀବିହାରରେ ଲାଗି ରହିଛି ଛାତ୍ର ଅଶାନ୍ତି । ତିନି ଛାତ୍ର ସଂଗଠନର ଛାତ୍ରନେତାମାନେ ଏକାଠି ହୋଇ ବାଣୀବିହାର ଆଗରେ ରାସ୍ତା ଅବରୋଧ କରିଛନ୍ତି । ୩ ଦିନ ହେଲାଣିି ଛାତ୍ର ନେତା ମାନେ ବିକ୍ଷୋଭ ଜାରି ରଖିଛନ୍ତି । ତେବେ ଛାତ୍ର ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳରେ ୨ରୁ ୩ ପ୍ଲାଟୁନ ପୋଲିସ ଜଗି ରହିଛନ୍ତି । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ବିରୋଧ କରି ତେଜୁଛି ଛାତ୍ର ଅସନ୍ତୋଷ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ବିରୋଧ କରି ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଜଳୁଛି ପ୍ରତିବାଦର ନିଆଁ ।

ସୂଚନାଯୋଗ୍ୟ ରମାଦେବୀ ୟୁନିଭର୍ସିଟିର ଦ୍ୱିତୀୟ କ୍ୟାମ୍ପସ ପାଇଁ ବାଣୀବିହାର କ୍ୟାମ୍ପସ ଭିତରେ ୩୦ ଏକର ସ୍ଥାନ ଚିହ୍ନଟ ପାଇଁ ଏକ କମିଟି ଗଠନ ହୋଇଛି । ଯେଉଁ କମିଟି ଆସନ୍ତା ୧୫ ତାରିଖ ସୁଦ୍ଧା ଜାଗା ଚିହ୍ନଟ କରି ସରକାରଙ୍କୁ ଚୁଡାନ୍ତ ରିପୋର୍ଟ ଦେବ । ଏହି କମିଟିରେ ବାଣୀବିହାର ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏବଂ ପିଜି ଡିପାର୍ଟମେଂଟର ସଦସ୍ୟମାନେ ଥିବା ଉଚ୍ଚଶିକ୍ଷା ବିଭାଗର ଏହି ଚିଠିରୁ ସ୍ପଷ୍ଟ ହେଉଛି । ଆଉ ଏହାକୁ ବିରୋଧ କରି ବାଣୀବିହାରରେ ଜଳୁଛି ନିଆଁ ।