ମଧ୍ୟପ୍ରଦେଶ ସରକାରଙ୍କୁ ଜବାବ ଦେଲେ ଶିବରାଜ ! ବିଜେପି ବିଧାୟକଙ୍କ ସହ ସଚ୍ଚିବାଳୟ ପରିସରରେ ଗାନକଲେ ବନ୍ଦେ ମାତରମ୍ ।

234

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କମଳନାଥ ସରକାର ଆସିବା ପରେ ବନ୍ଦେ ମାତରମ ଗୀତକୁ ନେଇ ଦେଖାଦେଇଥିବା ବିବାଦ ଏବେ ଆଉ ପାଦେ ଆଗକୁ ବଢିଛି । ରାଜ୍ୟର ସମସ୍ତ ବିଜେପି ବିଧାୟକଙ୍କ ସହ ଆସି ସଚ୍ଚିବାଳୟ ପରିସରରେ ବନ୍ଦେ ମାତରମ ଗାଇଲେ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପରେ ଶିବରାଜ ସିଂହ ସମସ୍ତ ବିଜେପି ବିଧାୟକଙ୍କ ସହ ଭୋପାଳ ମନ୍ତ୍ରାଳୟ ପାର୍କରେ ପହଁଚି ବନ୍ଦେ ମାତରମ ଗାନ କରିଛନ୍ତି ।

ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁୟାରୀ ୧ ତାରିଖରେ ଯେତେବେଳେ ସରକାରୀ ଅଫିସରେ ବନ୍ଦେ ମାତରମ ଗାନ କରାନଗଲା ସେତେବେଳେ ବିଜେପି ଚିହିିଁକି ଉଠିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଶାସନ କାଳ ସମୟରେ ମାସର ପ୍ରଥମ ତାରିଖରେ ବନ୍ଦେ ମାତରମ୍ ଗାନ କରାଯାଉଥିଲା । ଆଉ ଯେତେବେଳେ କମଳନାଥ ସରକାର ଆସିଲେ ତାହା ବନ୍ଦ କରାଗଲା, ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା । ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ନେଇ ବିବାଦ ଘନେଇବା ପରେ କମଳନାଥ ନିଜ ନିଷ୍ପତି ପରିବର୍ତନ କରିଥିଲେ । କହିଥିଲେ ପୁଲିସ ବ୍ୟାଣ୍ଡ ସହ ବନ୍ଦେ ମାତରମ୍ ଗାନ କରାଯିବ ଏବଂ ଏଥିରେ ସମସ୍ତ ସାଧାରଣ ଜନତା ସାମିଲ ହେବେ ।