ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ପୁଣି ପଶ୍ଚିମବଙ୍ଗରେ ବୁଥ ରିଗିଂ ଅଭିଯୋଗ : ବୁଥ୍ ଭିତରେ ପଶି ଟିଏମସିକୁ ଭୋଟ ଦେବାପାଇଁ ବାଧ୍ୟ କଲେ ମହିଳା
କନକ ବ୍ୟୁରୋ : ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଅଞ୍ଚଳରୁ ବୁଥ୍ ରିଗିଙ୍ଗର ଖବର ଆସିଛି । ଯାଦବପୁର ଅଞ୍ଚଳରେ ବୁଥ୍ ନମ୍ବର ୧୮୯ରେ ବିଜେପି ସମର୍ଥକ କିଛି ଗଡବଡ ଆଶଙ୍କା କରିଥିଲେ । ବୁଥ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଜଣେ ମହିଳା ଏଠାରେ ଭୋଟରଙ୍କୁ ଟିଏମସିକୁ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୋଟର ଆସୁଥିଲେ ମଧ୍ୟ ସେମାନଙ୍କୁ ମତଦାନ କରିବାକୁ ଦେବା ବଦଳରେ ସେ ନିଜେ ବଳପୂର୍ବକ ପ୍ରକ୍ସି ଭୋଟିଂ କରୁଥିଲେ । ଏହାକୁ ନେଇ ବୁଥରେ ଥିବା ବିଜେପି ପୋଲିଂ ଏଜେଂଟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ହୋଇ ନଥିଲା । ଏହାକୁ ନେଇ ପୋଲିଂ ବୁଥରେ ବିଜେପି କର୍ମୀ ପ୍ରତିବାଦ କରିବା ପରେ କିଛି ମହିଳା ଆସି ବିଜେପି କର୍ମୀଙ୍କୁ ବାଧା ଦେଇଥିଲେ । ଶେଷରେ କେନ୍ଦ୍ରୀୟ ଫୋର୍ସ ବୁଥରେ ପହଁଚି ବୁଥ୍ ରିଗିଂ କରୁଥିବା ଅଭିଯୋଗ ଆସୁଥିବା ମହିଳାଙ୍କୁ ବୁଥରୁ ବାହାରକୁ ଆଣିଥିଲା । ତା’ ପରେ ବି ସେଠାରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଶେଷରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ମତଦାନ ଜାରି ରଖାଯାଇଥିବା ସୂଚନା ମିଳିଛି ।