ରାସ୍ତାରେ ଓଲଟିଲା ବିଏସଏଫ ଯବାନଙ୍କ ଗାଡି ! ୫ ଯବାନ ଆହତ, ୨ ଗୁରୁତର

23

କନକ ବ୍ୟୁରୋ: ରାସ୍ତାରେ ଓଲଟିଲା ବିଏସଏଫ ଯବାନଙ୍କ ଗାଡି । କୋରାପୁଟ ଜିଲ୍ଲା ବନ୍ଦିକାର ନିକଟରେ ଏଭଲି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୫ ଯବାନ ଆହତ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ଲକ୍ଷ୍ମୀପୁର ବିଏସଏଫ କ୍ୟାମ୍ପକୁ ୧୯୫ ବାଟାଲିୟନର ୨୦ ଯବାନ ଏକ ପିକ୍ ଅପ୍ ଭ୍ୟାନରେ ଯାଉଥିଲେ । ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ାରୁ ପ୍ରାୟ ୩୦ ଜଣ ଯବାନଙ୍କୁ ନେଇ ଏକ ପୁଲିସ ଭ୍ୟାନ୍ କୋରାପୁଟ୍ ଜିଲ୍ଲା ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ଲକ୍ଷ୍ମୀପୁର ସିରପାଇ ଝୋଲା ଠାରେ ଘାଟି ତଳକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଏକ ବୁଲାଣି ନିକଟରେ ଭ୍ୟାନର ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରି ନ ପାରିବାରୁ ଭ୍ୟାନ୍ଟି ଓଲଟି ପଡ଼ିଥିଲା । ଫଳରେଏହି ଭ୍ୟାନରେ ଥିବା ଯବାନମାନଙ୍କ ମଧ୍ୟରୁ ୧୭ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।