ମଧ୍ୟପ୍ରଦେଶ ଉଜ୍ଜୟନୀରେ ଭୟଙ୍କର ଦୁର୍ଘଟଣା ! ବିବାହ ଉତ୍ସବରୁ ଫେରିବାବେଳେ ଦୁଇ କାର ମୁହାଁମୁହିଁ ଧକ୍କା, ୧୨ମୃତ

110

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଉଜ୍ଜୟନୀରେ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । କାର୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୧୨ ଜଣ ପ୍ରାଣ ହରାଇଛନ୍ତି । ଧକ୍କା ଏତେ ଜୋରଦାର ଥିଲା ଯେ ଗୋଟିଏ କାର୍ ୫୦ ଫୁଟ୍ ଦୂରରେ ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ ଶିଶୁ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଓ ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଉଜ୍ଜୟନୀ-ଉନ୍ହେଲ ରୋଡ଼ରେ ଏକ ମାରୁତି କାର ଓ ବୀପରିତ ପଟୁ ଆସୁଥିବା ଆଉ ଏକ କାର ମଧ୍ୟରେ ଧକ୍କା ହୋଇଥିଲା । ସୋମବାର ପାଖାପାଖି ୧୨ ରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଘଟଣାସ୍ଥରେ ପହଂଚି ଆମ୍ବୁଲାନ୍ସ ଯୋଗେ ମୃତକଙ୍କୁ ଜିଲ୍ଲା ହସପିଟାଲରେ ପହଞ୍ଚାଇଥିଲେ ।