ଆଜି ଭାଲେଂଟାଇନ୍ ଡେ’ ! ପ୍ରେମକୁ ସାର୍ଥକ କରିବା ପାଇଁ ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ

60

କନକ ବ୍ୟୁରୋ: ପ୍ରେମ । ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି ପରି ଦିନ ଟିଏ, ଭଲ ପାଇବାର ଦିନଟିଏ ।

ଆଜି ଭାଲେଂଟାଇନ୍ ଡେ । ପ୍ରେମ ପାଇଁ ଦିନଟିଏ । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ଦୋକାନ ବଜାରରେ ବିକ୍ରି ଚାଲିଛି ଉପହାର ଆଉ ଗୋଲାପ ଫୁଲ । ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ ପାଇଁ ସଜବାଜ ହେଉଛି ।

ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନ ଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା ।

ସେପଟେ ପ୍ରେମର ଦିନରେ ପ୍ରେମୀଯୁଗଳଙ୍କ ପାଇଁ କଣ୍ଟା ସାଜିବେ ବିଭିନ୍ନ ସଂଗଠନ । ବଜରଙ୍ଗ ଦଳ ପରେ କଳିଙ୍ଗ ସେନାର ନାଲିଆଖି । ଏହାରି ଭିତରେ ଆଜି ଭାଲେଂଟାଇନ୍ସ ଡେ’ରେ ଭୁବନେଶ୍ୱର ପାର୍କଗୁଡିକରେ ତାଲା ଝୁଲିବା ଆଶଙ୍କା ।ଅନ୍ୟପଟେ ପ୍ରେମୀ ଯୁଗଳଙ୍କୁପ ନାଲି ଆଖି ଦେଖାଉ ଥିବା ଏହି ସଙ୍ଗଠନ ଗୁଡିକୁ ପାଲଟା ନାଲି ଆଖି ଦେଖାଇଛି ପୁଲିସ । ଟ୍ୱିନ ସିଟି କମିଶନର ସିଧାସିଧା କହିଛନ୍ତି ଏଭଳି ଗଣ୍ଡେଗାଳ କଲେ, ପୁଲିସ ପଦକ୍ଷେପ ନେବ । ଏପରିକି ପୂରା ସହର ଉପରେ ପୋଲିସର ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ । ରାଜଧାନୀରେ ବିଗତ ଦିନ ମାନଙ୍କରେ ମଧ୍ୟ ଭାଲେଣ୍ଟାଇନ ଡେରେ ବଜରଙ୍ଗ ଦଳ ପ୍ରେମୀ ଯୁଗଳଙ୍କୁ ନାଲି ଆଖି ଦେଖାଇବାର ନଜିର ରହିଛି । ଏପରିକି ବଜରଙ୍ଗ ଦଳ ପ୍ରେମୀ ଯୁଗଳଙ୍କୁ ଘଉଡାଇବା ପାଇଁ ମଲ ଭିତରେ ପଶିଥିଲା ଆଉ ପୁଲିସ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ।