ଭାଲେଣ୍ଟାଇନ୍ ଦିବସରେ କିଛି ଖାସ୍ ଉପହାର ଦିଅନ୍ତୁ ଆପଣଙ୍କ ମନର ମଣିଷକୁ

63

ଫେବୃୟାରୀ ମାସ ଆରମ୍ଭ ହୋଇଯାଇଛି, ମାନେ ପ୍ରେମର ୠତୁ ଆରମ୍ଭ ହୋଇଛି । ଏହାବ୍ୟତିତ ପ୍ରେମିକ ଏବଂ ପ୍ରେମିକାଙ୍କ ଉପହାର ଦିଆନିଆର ପର୍ବ ଆରମ୍ଭ ହୋଇଯାଇଛି । ଫୁଲ,ଏବଂ ଚକଲେଟ୍ ଦେବାର ପ୍ରଥା ଏବେ ପୂରୁଣା ହୋଇ ସାରିଛି, ଦିଅନ୍ତୁ କିଛି ଖାସ୍ ଉପହାର ଆପଣଙ୍କର ମନର ମଣିଷକୁ ଏହି ଖାସ୍ ଦିନରେ । ଏହି ପ୍ରେମ ଦିବସରେ ପ୍ରେମିକାକୁ ଦେବାପାଇଁ ପ୍ରେମିକ ପାଖରେ ବହୁତ ବିକଳ୍ପ ଉପହାର ରହିଥାଏ । କିନ୍ତୁ ଜଣେ ପ୍ରେମିକକୁ ଦେବା ପାଇଁ ପ୍ରେମିକାଙ୍କ ପାଖରେ ଉପହାର ଦେବାର ଏତେ ବିକଳ୍ପ ନ’ଥାଏ ।

ବହୁତ ଚିନ୍ତାକଲାପରେ ପ୍ରେମିକା କିଛି ଚିନ୍ତା କରି ନିଜର ମନର ମଣିଷକୁ କିଛି ଉପହାର ଦେଇଥାଏ । ଯଦି ଆପଣମାନେ ବି ଏମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି ଆଉ କିଛି ଚିନ୍ତା କରିପାରୁ ନାହାଁନ୍ତି, ତେବେ ଏମିତି କିଛି ସ୍ୱତନ୍ତ୍ର କଥା ଉପରେ ନଜର ପକାନ୍ତୁ ।

ଆଜିକାଲିର ଫାଷ୍ଟ ଯୁଗରେ ବ୍ଲୁ ଟୁଥ୍ ସ୍ପିକରର ଚାହିଦା ଖୁବ୍ ବେଶୀ । ଏହା ବଜାରରେ ଉପଲବଦ୍ଧ ହେବା ସହିତ ଆମେ ଅନଲାଇନରେ ମଧ୍ୟ କିଣିପାରିବା । ଯଦି ଆପଣଙ୍କ ପୁରୁଷବନ୍ଧୁଙ୍କର ସଙ୍ଗୀତରେ ରୂଚି ରହିଛି ତେବେ ଏହି ଉପହାରଟି ତାଙ୍କୁ ନିଶ୍ଚିତ ପସନ୍ଦ ଆସିବ ।

ଯଦି ଆପଣଙ୍କର ଖାସ୍ ବ୍ୟକ୍ତିଙ୍କୁ ବହି ପଢିବାରେ ସଉକ ରହିଛି, ତେବେ ଆପଣ ତାଙ୍କୁ ଉପନ୍ୟାସ ମଧ୍ୟ ଉପହାର ସ୍ୱରୁପ ଦେଇପାରିବେ ।

ନିଜର ମନର ମଣିଷକୁ ଖୁସି କରିବା ପାଇଁ ଆଉ ଏକ ସୁନ୍ଦର ଉପହାର ହେଲା ମନିପର୍ସ । ପର୍ସ ଦେବାର ମାନେ ନୁହଁ ଯେ ଆପଣ କେବଳ ବ୍ରାଣ୍ଡେଣ୍ଡ୍ ପର୍ସ ହିଁ ଦେଇ ପାରିବା ବଜାରରେ ବିଭିନ୍ନ ପ୍ରକାର ମନିପର୍ସ ମିଳୁଛି, ଆମେ ସେଥିରୁ ବି କିଛି ଉପହାର ସ୍ୱରୁପ ଦେଇପାରିବା । ଏହିସବୁ ପର୍ସ ଆମ ବଜେଟ ମୂତାବକ ମଧ୍ୟ ଆସିଥାଏ । ଏହାବ୍ୟତିତ ମଧ୍ୟ ମନିପର୍ସ, ବେଲ୍ଟ, ଏବଂ ଘଂଟାର କମ୍ବୋପ୍ୟାକ୍ ମଧ୍ୟ ମିଳିଥାଏ ତାକୁ ମଧ୍ୟ ଆମେ ଉପହାର ସ୍ୱରୁପ ଦେଇପାରିବା ।

ଯଦି ଆପଣ ଶୀତଦିନରେ ଆପଣଙ୍କ ପୁରୁଷବନ୍ଧୁଙ୍କୁ କିଛି ଉପହାର ଦେଇ ନାହାଁନ୍ତି, ତ ଆପଣ ଏକ ସୁନ୍ଦର ଜ୍ୟାକେଟ୍ ମଧ୍ୟ ତାଙ୍କୁ ଦେଇପାରିବେ । ଶୀତଦିନରେ ବହୁତ ଗୁଡାଏ ସ୍ଥାନରେ ଶୀତଦିନିଆ ପୋଷାକର ସେଲ୍ ଲାଗିଥାଏ ସେଇଠୁ ଆପଣ ଜ୍ୟାକେଟ୍ କିମ୍ବା ବ୍ଲେଜର କିଣି ତାଙ୍କୁ ଉପହାର ଦେଇପାରିବେ ।