ବାଣ ନୁହେଁ ହସ ଫୁଟାଇବା ! ଦେଖନ୍ତୁ ପ୍ରିୟଙ୍କାଙ୍କ ପାଇଁ ହସ ବଜାରରୁ କଣ କିଣିଛନ୍ତି ଭାଲିନା ଭାଲେଣ୍ଟିନା

53

vlcsnap-2016-10-28-20h51m17s469ଛିଡି ଯାଇଛି ସଂପର୍କର ଖିଅ । ପୁଅ ମରିଯାଇଛି, ବୋହୂ ଚାଲିଯାଇଛି । ହେଲେ ବୁଢୀ ମା’ ପାଖରେ ଛାଡି ଯାଇଛନ୍ତି ଏକ ନୂଆ ସଂପର୍କ । ଜୀବନର ସାୟାହ୍ନରେ ନିଜେ ବଂଚିବାକୁ ସଂଘର୍ଷ କରିବା ପରିବର୍ତ୍ତେ କୁନି ନାତୁଣୀକୁ ବଂଚାଇ ରଖିବାକୁ ଅଂଟା ଭିଡିଛନ୍ତି ଜେଜେ ମା’ ।

ଆଉ ପ୍ରିୟଙ୍କା ବୋଧ ପାଇବା ପୂର୍ବରୁ ଶୁଣୁଛି ଏକ ସ୍ୱାର୍ଥପର ମା’ର କାହାଣୀ । ଅଭାବ ଠାରୁ ସଂପର୍କର ଅଭାବ ଏ ପରିବାରକୁ ଅଧିକ ବ୍ୟସ୍ତ କରି ପକାଉଛି । ଯେଉଁଠି ଜୀବନ ପାଇଁ ସଂଘର୍ଷ ଚାଲିଛି ସେଠି ଯାନି ଯାତ୍ରାର ମାନେ କଣ । ହେଲେ ପ୍ରିୟଙ୍କାକୁ ବୁଝାଇବ କିଏ । ଏଥର ଦୀପାବଳିରେ ମନ କରିଛି ଏକ ନାଲିରଙ୍ଗର ଫ୍ରକ୍ ପିନ୍ଧିବାକୁ ।

ପ୍ରିୟଙ୍କାର ୱିସ୍ ଲିଷ୍ଟ୍ ଧରି ଆମେ ପହଂଚିଥିଲୁ ଅନ୍ତର୍ଜାତୀୟ କରାଟେକା ଭାଲିନା ଭାଲେଣ୍ଟିନାଙ୍କ ପାଖରେ । ଆଉ ଭାଲିନା ସବୁ ଛାଡି ଚାଲି ଆସିଥିଲେ ହସ ବଜାରରୁ ହସ କିଣିବାକୁ । କେତେକଣ ସପିଂ କରି ପହଂଚି ଯାଇଥିଲେ ପ୍ରିୟଙ୍କା ରହୁଥିବା ବସ୍ତିରେ । ମନ ପସନ୍ଦର ଜିନିଷ ଦେଖି ପ୍ରିୟଙ୍କା କିଛି ସମୟ ପାଇଁ ଭୂଲି ଯାଇଥିଲା ସ୍ୱାର୍ଥପର ମାଆର କଥାକୁ । ଭୂଲି ଯାଇଥିଲା ସବୁଥାଇ ଅନାଥିନି ହେବାର କଷ୍ଟକୁ । ଆଉ ଭାଲିନାଙ୍କ ମୁହଁରେ ଥିଲା ବିଶ୍ୱ ବିଜୟୀ ହେବାର ଖୁସି ।

ଦୀପାବଳି । ଅମାବାସ୍ୟାର ଅନ୍ଧାରରେ ଅଲୋକର ପର୍ବ । ହେଲେ ଏ କୁନି କୁନି ପିଲା, ଯେଉଁ ମାନଙ୍କ ଭାଗ୍ୟକୁ ଘୋଡାଇ ରଖିଛି ଅନ୍ଧାର ସେମାନଙ୍କ ମୁହଁରେ ହସ ଟିକେ ଫୁଟାଇବାକୁ ଆମର ଏ ଉଦ୍ୟମ ‘ବାଣ ନୁହେଁ ହସ ଫୁଟାଇବା’