୨୩ରେ ପୁରୀ ସମୁଦ୍ରରେ ବିସର୍ଜିତ ହେବ ବାଜପେୟୀଙ୍କ ଅସ୍ଥି । ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଯାଏଁ ଶୋଭାଯାତ୍ରା ।

0

ପୁରୀ ସମୁଦ୍ରରେ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ । ଆସନ୍ତା ୨୨ ତାରିଖରେ ବାଜପେୟୀଙ୍କ ଅସ୍ଥି ଓଡିଶା ଆସିବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସ୍ଥି ପହଞ୍ଚିବା ସହ ଆସନ୍ତା ୨୩ ତାରିଖରେ ପୁରୀ ସମୁଦ୍ରରେ ଅସ୍ଥି ବିସର୍ଜନ କରାଯିବ । ଏହା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣ ଲୋକ ବାଜପେୟୀଙ୍କ ଅସ୍ଥିକୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇପାରିବେ ।

୨୩ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରାରେ ବାଜପେୟୀଙ୍କ ଅସ୍ଥିକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯିବ । ଏକ ଖୋଲା ସୁସଜ୍ଜିତ ଟ୍ରକରେ ଅଜାତଶତ୍ରୁ ଅଟଳଙ୍କ ଅସ୍ଥିକୁ ପୁରୀ ସମୁଦ୍ର ଅଭିମୁଖେ ନିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱର ଏବଂ ପୁରୀ ରାସ୍ତାରେ ମଧ୍ୟ ସାଧାରଣ ଲୋକମାନେ ବାଜପେୟୀଙ୍କ ଅସ୍ଥି ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ । ଏବଂ ଶୋଭାଯାତ୍ରା ପୁରୀରେ ପହଞ୍ଜିବା ପରେ ବାଜପେୟୀଙ୍କ ଅସ୍ଥିକୁ ସମୁଦ୍ରରେ ବିସର୍ଜନ କରାଯିବ । ଏଥିସହ ରାଜ୍ୟର ବିଭିନ୍ନ ନଦୀରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।

Comments are closed.