୧୩ ନମ୍ବରକୁ ସାରା ଦୁନିଆ ମାନୁଥିଲା ଅଶୁଭ, ହେଲେ ବାଜାପେୟୀ ମାନୁଥିଲେ ଖାସ୍ । ଜାଣନ୍ତୁ କାରଣ

50

କନକ ବ୍ୟୁରୋ : ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ପୂର୍ବଚନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ୧୩ନଂ ସହ କିଛି ବିଶେଷ ଭଲପାଇବା ଥିଲା । ତେବେ ଏହି ୧୩ନଂ କୁ ସାରା ଦେଶ ଅଶୁଭ ମାନୁଥିବ ବେଳେ ବାଜପେୟୀ କିନ୍ତୁ ଏହାକୁ ଶୁଭ ମାନୁଥିଲେ । ୧୯୯୬ମସିହାରେ ବାଜପେୟୀ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳ ସମୟରେ ତାଙ୍କ ସରକାର ମାତ୍ର ୧୩ଦିନ ଚାଲିପାରିଥିଲା । ୧୯୯୬ ମସିହା ୧୩ମେ ରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ତେବେ ଦ୍ୱିତୀୟ ଥର ୧୯୯୮ ମସିହାରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ଓ ସେତେବେଳେ ମାତ୍ର ୧୩ମାସ ତାଙ୍କ ସରାକାର ଶାସନ କରିପାରିଥିଲା । ତେବେ ୧୩ମାସ ପରେ ସେ ପୁଣିଥରେ ଫେରିଥିଲେ ଓ ୧୩ ଦଳକୁ ଏକତ୍ରିତ କରି ପୁଣିଥରେ ଶାସନ କରିଥିଲେ । ତୃତୀୟ ଥର ୧୯୯୯ମସିହାରେ ଅକ୍ଟୋବର ୧୩ତାରିଖରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ସହ ଦେଶରେ ଶାସନ କରିପାରିଥିଲେ ।

 

ରାଜସ୍ଥାନର ପୋଖରାନ ପରମାଣୁ ପରୀକ୍ଷଣ ମଧ୍ୟ ୧୧ ଓ ୧୩ମେ ମଧ୍ୟରେ ହୋଇଥିଲେ । ଅଟଳଙ୍କ ସାଙ୍ଗରେ କାମ କରୁଥିବା ଲୋକ ଓ ନେତାମାନେ ଅଟଳଙ୍କୁ ୧୩ ନଂ ଅଶୁଭ ବୋଲି କହୁଥିବା ବେଳେ ତାହାକୁ ଆଗ୍ରାହ୍ୟ କରୁଥିଲେ ଅଟଳ । ତେବେ ୨୦୦୪ ମସିହାରେ ୧୩ନଂ ଅଟଳଙ୍କୁ ଅଶୁଭ ଫଳ ଦେଇଥିଲା । ସେହି ନିର୍ବାଚନରେ ବାଜପେୟୀ ୧୩ ଏପ୍ରିଲରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ୧୩ମେ ରେ ଭୋଟ ଗଣତି ହୋଇଥିଲା । ତେବେ ସେହି ସମୟରେ ବାଜପେୟୀଙ୍କ ଦଳ ପରାଜୟ ସ୍ୱୀକାର କରିଥିଲା । ତାଙ୍କ ସାଙ୍ଗରେ କାମ କରୁଥିବା କିଛି ନେତାମାନେ କହିନ୍ତି ବାଜପେୟୀ ଯେଉଂ ଆଡେ ଯାଉଥିଲେ ସେଠାରେ ମଧ୍ୟ ସେ ୧୩ନଂ ତାଲାର ୧୩ ନଂ ରୁମରେ ରହିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ । ସେ ଯାହା ହେଉ ବାଜପେୟୀଙ୍କ ଜୀବନରେ ଅନେକ ପରିବର୍ତ୍ତନର ସମୟ ଆସିଥିଲେ ମଧ୍ୟ ସେ ଏହାକୁ ଅତ୍ୟନ୍ତ ସରଳତାର ସହ ଗ୍ରହଣ କରିଥିଲେ ।