ଆମାଜନରେ ବିକ୍ରି ହେଉଛି ବାଜପେୟୀଙ୍କ ଅସ୍ଥି ? ଜାଣନ୍ତୁ ଭାଇରାଲ ହେଉଥିବା ଖବରର ସତ୍ୟତା ।

27

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ, ଅନଲାଇନ ସପିଂ ୱେବସାଇଟ୍ ଆମାଜନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିକ୍ରି ହେଉଛି । ଏହି ଫଟୋକୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର ସଦସ୍ୟ ବୋଲି କହୁଥିବା ଦେବାଶିଷ ଜରରିଆ ଟ୍ୱିଟ୍ କରିଛନ୍ତି । ଏହାକୁ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି । କିନ୍ତୁ ତାଙ୍କର ଏହି ଟ୍ୱିଟକୁ ଆଉ ଏକ ଆକାଉଣ୍ଟରୁ ଉତ୍ତର ମିଳିଛି ଯେ, ଏହି ପୋଷ୍ଟଟି ଫେକ୍ ଅଟେ । ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପୋଷ୍ଟଟି ଫେକ୍ ଅଟେ ।

ୟୋ ୟୋ ମୋଦିଙ୍କ ଆକାଉଣ୍ଟ ଭିଜିଟ୍ କରିବାରୁ ଜଣାପଡିଥିଲା, ଏହି ଫଟୋ ସହ ଅନେକ ଫେକ୍ କମେଣ୍ଟ ମଧ୍ୟ ଆସିଥିଲା । ୟୋ ୟୋ ମୋଦି ଆକାଉଣ୍ଟରୁ ବିଜେପି, କଂଗ୍ରେସ ମିଡିଆରୁ କେତେକ ଲୋକମାନଙ୍କୁ ଟ୍ୟାଗ କରାଯାଇ ଏହି ଫଟୋକୁ ପୋଷ୍ଟ କରାଯାଉଛି । ତେବେ ଏଥିରେ ଟ୍ୱିଟ୍ କରି ଲେଖାଯାଉଛି ଯେ, ଆମାଜନ୍ ସାଇଟରେ ବାଜପେୟୀଙ୍କ ଅସ୍ଥି ବିକ୍ରି ହେବା ଘଟଣା ସମ୍ପୂର୍ଣ୍ଣ ଭାବେ ମିଛ ଅଟେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀ ସ୍ଥିତ ଏମ୍ସରେ ଅଗଷ୍ଟ ମାସ ୧୬ ତାରିଖରେ ପରଲୋକ ହୋଇଥିଲା । ଏହା ପରେ ସାରା ଦେଶରେ ଖେଳିଯାଇଥିଲା ଦୁଃଖର ଲହରୀ ।