ଶତାଧିକ ଶିଶୁଙ୍କ ମୃତ୍ୟୁ ପରେ ପଶିଲା ଚେତା : ମାଲକାନଗିରିରେ ଜାପାନୀ ଜ୍ୱର ରୋକିବା ନେଇ ଚାଲିଛି ଟିକାକରଣ

18

ମାଲକାନଗିରି : ଶତାଧିକ ଶିଶୁଙ୍କ ମୃତ୍ୟୁ ପରେ ଚେତିଲେ ସରକାର । ଜାପାନୀ ଜ୍ୱର ରୋକିବା ନେଇ ମାଲକାନଗିରିରେ ଚଳାଇଛନ୍ତି ଜାପାନୀ ଟିକାକରଣ ପ୍ରକ୍ରିୟା । ଏହି କ୍ରମରେ ଜାପାନୀ ଏନସେଫାଲାଇଟିସ ଟିକାକରଣ କରୁଥିବା ଟିମ୍ ପହଂଚିଛନ୍ତି ବଣ୍ଡାଘାଟିରେ । ବଣ୍ଡା ଜନଜାତିର ପାଖାପାଖି ୬ ହଜାର ଶିଶୁଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯାଉଛି । ଯଦିଓ ବଣ୍ଡା ଘାଟିରେ କୌଣସି ଶିଶୁ ଜାପାନୀ ଜ୍ୱରରେ ପ୍ରାଣ ହରାଇ ନାହାନ୍ତି ।

ତଥାପି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ସ୍ୱାସ୍ଥ ବିଭାଗ । ଜିଲ୍ଲାର ଖଇରପୁଟ ବ୍ଲକର ୨ଟି ପଂଚାୟତରେ ପ୍ରାୟ ୬ ହଜାରରୁ ଅଧିକ ବଣ୍ଡା ଜନଜାତିର ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରେ ଏକ ରୁ ୧୫ ବର୍ଷ ବୟସର ଦୁଇ ହଜାର ଶିଶୁ ଚିହ୍ନଟ ହୋଇଛନ୍ତି । ଏହି ବଣ୍ଡା ଜନଜାତିର ଶିଶୁଙ୍କୁ ଜାପାନୀ ଭୂତାଣୁ ଠାରୁ ଦୂରେଇ ରଖିବା ପାଇଁ ଟିକାକରଣ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ।