ଦଶମ ଶ୍ରେଣୀ ପାସଙ୍କ ପାଇଁ ଭାରତୀୟ ଡାକ ସେବା ଆଣିଲା ନିଯୁକ୍ତି ସୁଯୋଗ ! ଜାଣନ୍ତୁ କିଭଳି କରିବେ ଆବେଦନ ।

44

ନର୍ଥ-ଇଷ୍ଟ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଥିବା ଆଶାୟୀମାନେ ଜୁଲାଇ ୧୬ ତାରିଖ ପୂର୍ବରୁ ଏଦି ପଦଗୁଡିକ ପାଇଁ ଆବେଦନ କରିପାରିବେ ।

ପଦ ସଂଖ୍ୟା – ୭୪୮

ପଦର ନାମ – ଗ୍ରାମୀଣ ଡାକ ସେବକ

ଶିକ୍ଷାଗତ ଯୋଗ୍ୟତା – କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ ।

ବୟସ ସୀମା – ୧୮ରୁ୪୦ ବର୍ଷ

ଚୟନ ପ୍ରକ୍ରିୟା – ଆଶାୟୀ ମାନଙ୍କର ଚୟନ ମେରିଟ ଆଧାରରେ କରାଯିବ ।

କେମିତି କରିବେ ଆବେଦନ : ଏହି ପଦ ପାଇଁ ଆବେଦନ କରିବା ନିମନ୍ତେ ୱେବସାଇଟରେ ଯାଆନ୍ତୁ । ଏବଂ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲ ଭାବରେ ପଢିବା ପରେ ଆବେଦନ କରନ୍ତୁ । ଆବେଦନ କରିବା ପରେ ଆବେଦନ ପତ୍ରକୁ ଡାଉନଲୋଡ୍ କରି ଆଗାମୀ ପ୍ରକ୍ରିୟା ପାଇଁ ଏହାର ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

ଆବେଦନର ଅନ୍ତିମ ତାରିଖ : ୧୬ ଜୁଲାଇ ୨୦୧୮