ଇଣ୍ଡିଆନ୍ ଅଏଲ୍ ଆଣିଛି ନିଯୁକ୍ତି ସୁଯୋଗ ! ଜାଣନ୍ତୁ କିଭଳି କରିବେ ଆବେଦନ ।

190

ଇଣ୍ଡିଆନ ଅଏଲ କର୍ପୋରେସନ ଆଇଓସିଏଲ ପକ୍ଷରୁ ୫୨୩ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦ ମଧ୍ୟରେ ଟେକ୍ନିକାଲ, ନନ୍ ଟେକ୍ନିକାଲ ଟ୍ରେଡ୍ ଏବଂ ଟେକ୍ନିସିଆନ୍ ଅପରେଟିଭ୍ ପଦ ରହିଛି । ଯେଉଁ ଆଶାୟୀମାନେ ଏହି ପଦ ପାଇଁ ନିବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ସୂଚନା ଜରୁରୀ ଅଟେ ।

ପଦ ସଂଖ୍ୟା – ୫୨୩

ଶିକ୍ଷାଗତ ଯୋଗ୍ୟତା – ଆଶାୟୀ ପ୍ରାର୍ଥୀ ଦଶମ ପାସ କରିଥିବା ସହ ଆଇଟିଆଇ ଏବଂ ଡିପ୍ଲୋମା କରିଥିବା ଆବଶ୍ୟକ ।

ବୟସସୀମା – ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ମଧ୍ୟରେ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା – ଆଶାୟୀ ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା ଏବଂ ଏହା ପରେ ଇଣ୍ଟରଭ୍ୟୁ ଆଧାରରେ ହେବ ।

ଜବ୍ ଲୋକେସନ୍ – ଅଲ୍ ଇଣ୍ଡିଆ

ଦରମା – ଚୟନ ହୋଇଥିବା ପ୍ରାର୍ଥୀଙ୍କର ଦରମା ଆଇଓସିଏଲର ନିୟମ ଅନୁଯାୟୀ ସ୍ଥିର କରାଯିବ ।

ଆବେଦନ ଶୁଳ୍କ – ଆବେଦନ ପାଇଁ କୌଣସି ଫି ଦେବା ପାଇଁ ହେବ ନାହିଁ ।

ଆବେଦନ ପ୍ରକ୍ରିୟା – ଆବେଦନ କରିବା ପାଇଁ ଆଇଓସିଏଲର ଅଫିସିଆଲ ୱେବସାଇଟ www.iocl.com, www.ioclrecruit.comରେ ଲଗ୍ ଇନ୍ କରନ୍ତୁ ।